angul News: ତାଳଚେର : ସନାତନ ହିନ୍ଦୁମାନଙ୍କର ସାର୍ବଭୌମିକ ଅସ୍ତିତ୍ୱ, ଆଦର୍ଶ, ଅଖଣ୍ଡତା ଓ ଏକତାକୁ ରକ୍ଷା କରିବା ସହିତ ଭାରତକୁ ହିନ୍ଦୁରାଷ୍ଟ୍ର ଭାବରେ ଘୋଷିତ କରିବା ନିମନ୍ତେ ଶିଳ୍ପ ସମୃଦ୍ଧ ତାଳଚେର ଦେଉଳବେଡ଼ା ସ୍ଥିତ ଦୁର୍ଗାମଣ୍ଡପ ପଡ଼ିଆଠାରେ ଆଗାମୀ ଜାନୁଆରୀ ୧ ତାରିଖ, ବୁଧବାର ଅପରାହ୍ନ ୩ ଘଟିକା ସମୟରେ ଏକ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନର ଆୟୋଜନ କରାଯାଉଛି । ଉକ୍ତ ମହାଧିବେଶନରେ ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ ଜଗଦ୍ଗୁରୁ ଶଙ୍କରାଶ୍ଚର୍ଯ୍ୟ ପୂଜ୍ୟସାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ରହି ଦିବ୍ୟ ସନ୍ଦେଶ ପ୍ରଦାନ କରିବା ସହିତ ପ୍ରତ୍ୟକ୍ଷ ମାର୍ଗଦର୍ଶନ କରିବେ । ଓଡ଼ିଶାର ପ୍ରାନ୍ତର କୋଣାନୁକୋଣରୁ ଅନେକ ସାଧୁ, ସନ୍ଥ, ମଠମହନ୍ତ, ଆଧ୍ୟାମ୍ବିକ ଓ ସାମାଜିକ ସଙ୍ଗଠନ ତଥା ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ବ୍ୟକ୍ତିବିଶେଷମାନେ ଯୋଗଦାନ କରିବା ନିମନ୍ତେ ସଦୟ ସ୍ୱୀକୃତି ପ୍ରଦାନ କରିଅଛନ୍ତି । ଏହି ମହାଧିବେଶନର ପ୍ରଚାର,ପ୍ରସାରକୁ ବ୍ୟାପକ କରିବା ତଥା ଏହାର ସଫଳ ରୂପାୟନ ଉଦ୍ଦେଶ୍ୟରେ ଆଜି ଦେଉଳବେଡ଼ା ଡିସିଆଇ ଠାରେ ୩ଟି ପ୍ରଚାର ରଥ ବୁଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ରଥଗୁଡ଼ିକ ଜରିଆରେ ତାଳଚେର ଓ ଏହାର ଆଖପାଖ ଅଂଚଳର ସମସ୍ତ ଗ୍ରାମଗୁଡ଼ିକୁ ଯାଇ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯିବା ସହ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବ । ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ଅନୁଗୋଳ ରାଜ୍ୟ ପୀଠ ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ, ଅନୁଗୋଳ ଜିଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ ସମେତ ସଙ୍ଗଠନ ସଚିବ ତଥା ସ୍ୱାଗତ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ବରୁଣ ସାହୁ, ସମ୍ପର୍କ ସଚିବ ତଥା କାର୍ଯ୍ୟକ୍ରମର ସହପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସ୍ୱାଗତ ସମିତିର ସମ୍ପାଦକ ବୃନ୍ଦାବନ ବେହେରା, ଆଦିତ୍ୟ ଜିଲା ସଭାପତି ଲଳିତ ମୋହିନ ଦାଶ, ଆନନ୍ଦ ବାହିନୀର ସ୍ମିତା ପଟ୍ଟନାୟକ, ମାୟାଧର ସାହୁ, ବାବୁଲି ସାମଲ, ଜଗଦୀଶ ମିଶ୍ର,ଉଚ୍ଛନ ପଟ୍ଟନାୟକ, ରାଜେନ୍ଦ୍ର ସିଂହ, ପ୍ରଭାତୀନି ଆଚାର୍ଯ୍ୟ, ରତ୍ନାକର ସାହୁ, ଅଶୋକ ସାମନ୍ତ, ଖଇରା ପ୍ରଧାନ, ସୁଶାନ୍ତ ବିଶ୍ୱାଳ, ଅଖିଳ ସାମଲ, ଜ୍ୟୋତିର୍ମୟ ରଥ, ରଞ୍ଜନ ବିଶୋଇ, ପେସ୍କାର ଗଡ଼ନାୟକ, ମଦନ ମୋହନ ପ୍ରଧାନ, ଚୈତନ୍ୟ ପ୍ରଧାନ, ସୁଶାନ୍ତ ପ୍ରଧାନ, ରଞ୍ଜିତ ମହାପାତ୍ର ଙ୍କ ସମେତ ଶତାଧିକ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।