ଅନୁଗୋଳ: କୃଷି ଦ୍ୱାରା କୃଷକ କିଭଳି ହୋଇପାରିବେ ଆର୍ଥିକ ଦୃଷ୍ଟି କୋଣରୁ ଦ୍ୱିଗୁଣିତ ଲାଭବାନ ସେ ନେଇ ଏକ କର୍ମଶାଳା ଅନୁଗୁଳ ଜିଲା ର ତାଳଚେର ତାଳବେଡାସ୍ଥିତ ପିଏମଆଇଟି ପରିସର ରେ ଅନୁଷ୍ଠିତ ହୋଇଯାଇଛି । କେବଳ ପାରମ୍ପରିକ ଚାଷ ନୁହେଁ ବରଂ ବର୍ତ୍ତମାନ ଚାଷୀ ଆହୁରି ବିଭିନ୍ନ ପ୍ରକାର ଚାଷ କରି ଅଧିକ ଲାଭାନ୍ବିତ ହୋଇପାରିବେ ବୋଲି ଆୟୋଜିତ କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଥିଲା। ଭାରତ ସରକାର ଙ୍କ କୃଷକ ଓ କୃଷକ ମନ୍ତ୍ରଣାଳୟ ସମେତ ଆଇସିଏଆର ପ୍ରାୟୋଜିତ ଏସସିଏସପି କିଷାନ ଗୋଷ୍ଠୀ କାର୍ଯ୍ୟକ୍ରମ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଟିଥ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ମୂଳତ କୃଷକ ମାନଙ୍କ ସମୃଦ୍ଧି ବୋଲି ମଞ୍ଚାସିନ ଅତିଥି ମାନେ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ ଏହି ଅବସରରେ ଉପସ୍ଥିତ ଚାଷୀ ଙ୍କୁ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉଭୟ ଅନୁଗୁଳ ଜିଲା ପ୍ରାୟ 100 ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିବା ବେଳେ କେତେକ ସଫଳ ଚାଷୀ ନିଜ ସଫଳତା ର ଗାଥା ପ୍ରକାଶ କରିଥିଲେ । ଆୟୋଜକ ଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରିଶେଷରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ଉପସ୍ଥିତ ଚାଷୀ ମାନଙ୍କୁ ଅତିଥି ମାନେ କୃଷି କିଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ , ଡ଼ାଇରେକ୍ଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋ ଟେକ୍ନୋଲୋଜି ଅଜିତ କୁମାର ସାସନି , ଆଇସିଏସଆର ପ୍ରତିନିଧି ପ୍ରଶାନ୍ତ କୁମାର ଦାସ ଙ୍କ ସମେତ ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲା ର କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ମାନେ ଉପସ୍ଥିତ ଥିଲେ ।