Spread the love

ତାଳଚେର(ଶୁଭଲକ୍ଷ୍ମୀ ଦାସ) : ତାଳଚେରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାସର୍ବଦା ଚେଷ୍ଟିତ, ଗତ ମାସ ତାଳଚେର ଆସି ସେଣ୍ଟ୍ରାଲ ସ୍କୁଲ ପାଇଁ ସ୍ଥାନ ପରିଦର୍ଶନ କରି ଘୋଷଣା କରିଥିଲେ, ଏକ ମାସ ମଧ୍ୟରେ ମଂଜୁର କରାଇଲେ | ଏଥିପାଇଁ ସମଗ୍ର ତାଳଚେର ଅଂଚଳରେ ଖୁସି ର ଲହରୀ ଖେଳି ଯାଇଛି |ଚଳିତ ବର୍ଷ ଠାରୁ ଏହି ସ୍କୁଲରେ ଆଡ଼ମିସନ ହେବ ଏବଂ ପିଲା ପାଠ ପଢିବେ ଏବଂ ଅନ୍ୟ ଦୁଇଟି ସ୍କୁଲ ମଧ୍ୟ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି |ତାଳଚେର ପିଲା ଶିକ୍ଷିତ ହୁଅନ୍ତୁ ସେଣ୍ଟ୍ରାଲ ସ୍କୁଲରେ ପାଠ ପଢନ୍ତୁ ଏହାହିଁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲକ୍ଷ |ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଳଚେର ପ୍ରତି ତାଙ୍କର ଦାୟିତ୍ୱ ପାଇଁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି |ତାଳଚେର ଜନ ସାଧାରଣ ଙ୍କ ପାଇଁ ବିଶେଷ ଭାବେ ତାଳଚେର ପୌରାଞ୍ଚଳ ଓ ତାଳଚେର ବ୍ଲକ ରେ ଗୋଟିଏ ସେଣ୍ଟ୍ରାଲ ସ୍କୁଲ ସ୍ଥାପନ କରାଇବା ପାଇଁ ମଞ୍ଜୁରୀ ଲାଭ କରିଥିବା ବେଳେ ଚଳିତ ବର୍ଷ ଠାରୁ ନାମଲେଖା ଓ ପାଠପଢ଼ା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ଅନ୍ୟ ଦୁଇଟି ଖୁବ କମ ଦିନ ମଧ୍ୟରେ ହେବାକୁ ଯାଉଛି, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତୀ ପ୍ରହ୍ଲାଦ ଯୋଶୀ ଏବଂ ବିଶେଷ ଭାବେ ଏ ମାଟିର ଗୌରବ କେନ୍ଦ୍ର ଶିକ୍ଷା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ |ଧର୍ମେନ୍ଦ୍ର ପ୍ରଧାନ ସବୁକ୍ଷେତ୍ରରେ ତାଳଚେର ବିକାଶ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି ତାଙ୍କର ଏହି ପ୍ରୟାସ ପାଇଁ ତାଳଚେର ବାସୀ ସାରା ଦିନ ତାଙ୍କୁ ମନେ ରଖିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *