Angul News: ଅନୁଗୁଳ: ବିଜେପି ରାଜ୍ୟ ସମ୍ପାଦକ ଭାବେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କୁ ତୃତୀୟ ଥର ଦାୟିତ୍ୱ ନ୍ୟସ୍ତ କରାଯାଇଛି |ଏହାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଖୁସି ପ୍ରକଟ କରାଯାଇଛି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କାଳନ୍ଦି ଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ନେତୃତ୍ୱ ଙ୍କୁ ଧନ୍ୟବାଦ ଦେଇଛନ୍ତି |ସେହିପରି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ କାଳନ୍ଦି ସାମଲ ଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁ କୃତଜ୍ଞତା ଜଣାଇଛନ୍ତି
