Spread the love

ତାଳଚେର (ସୁବ୍ରତ ପଟ୍ଟନାୟକ): ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିଜେପି ପକ୍ଷରୁ ଆଜି ରାଜ୍ୟର ସବୁ ପୋଷ୍ଟ ଅଫିସ ରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଚିଠି ପଠା ଯାଇଛି।ତାଳଚେର ହାଟତୋଟା ମୁଖ୍ୟ ପୋଷ୍ଟ ଅଫିସ ସାମ୍ନାରେ ବିଜେପିର ଶତାଧିକ କାର୍ଯ୍ୟକର୍ତା ଏକ ସାଧାରଣ ସଭା କରି ପୋଷ୍ଟ ବକ୍ସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରେରଣ କରିଛନ୍ତି।ବିଜେପି ରାଜ୍ୟ ସମ୍ପାଦକ ,ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ର ଡ଼ାଇରେକ୍ଟର ତଥା ରାଜ୍ୟର ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ କାଳନ୍ଦୀ ସାମଲ ଯୋଗ ଦେଇ ରାଜ୍ୟରେ ଦୈନିକ ୪ ଦୁଷ୍କର୍ମ,୬ ଅପହରଣ ଏବଂ ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ହୋଇଛନ୍ତି, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ପ୍ରକାଶ କରିଥିଲେ।୧୯୯୯ ମସିହାରେ ଅଞ୍ଜନା ଘଟଣାରେ ଆଜିର ମୁଖ୍ୟମନ୍ତ୍ରୀ ନବିନବାବୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକିବାବୁଙ୍କୁ ଦାୟୀ କରିଥିଲେ ଏବଂ ଇସ୍ତଫା ମାଗିଥିଲେ, ଆଜି ମମିତା ହତ୍ୟାକାଣ୍ଡ ରେ କିଏ ଦାୟୀ ଏବଂ କାହାର ଇସ୍ତଫା ଦେବା ଦରକାର ବୋଲି ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କୁ ପ୍ରଶ୍ନ କରିଛନ୍ତି ।ଅଞ୍ଜନା ମିଶ୍ର ସେବେର ଜାନକୀ ସରକାର ଏବଂ ବର୍ତ୍ତମାନର ନବୀନ ସରକାର ମଧ୍ୟରେ କୌଣସି ଫରକ୍ ନାହିଁ ବୋଲି କହିବା ଏବଂ ମୁଖ୍ୟମନ୍ତ୍ରୀ ଙ୍କର ପାଟିରୁ କୌଣସି କଥା ନ ଫିଟିବା ବିଜେଡି ର ଦୋମୁଁହା ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କ ପାଟିରେ କିଏ ତାଲା ପକାଇଛି କାହିଁକି କଥା ବାହରୁନି ,ସମଗ୍ର ରାଜ୍ୟ ରୁ ପୋଷ୍ଟ ଅଫିସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି ପଠା ଯାଉଛି ମୁଖ୍ୟମନ୍ତ୍ରୀ ଉତର ଦେବାକୁ ଶ୍ରୀ ସାମଲ କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ଯଶୋବନ୍ତ ଦାସ ଓ ବରୁଣ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ, ଜ୍ଞାନେନ୍ଦ୍ରିୟ ସେଠି,ଖଇରା ପ୍ରଧାନ ଓ ସହଦେଵ ସାହୁ, କାଳନ୍ଦୀ ପ୍ରଧାନ,ବାଲ୍ମୀକି ପ୍ରସାଦ କେଶରୀ,ଅକ୍ଷୟ ବିଶ୍ୱାଳ, ଅମୂଲ୍ୟ ପ୍ରଧାନ,ସଂଯୁକ୍ତା ମହାରଣା, ଦୀପ୍ତିପ୍ରଭା ମହାରଣା,ସୁକାନ୍ତ ରାୟ, ଅରବିନ୍ଦ ମିଶ୍ର,ଅଜୟ ସାହୁ, ଦିବ୍ୟ ଲୋଚନ ଦାସ, ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ବିଶ୍ବାଳ,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *