ଅନୁଗୋଳ: ଦୀର୍ଘ ଦିନ ଧରି ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଅନୁଗୋଳ ପୌରପାଳିକାର ପୌରନିର୍ବାହୀ ଅଧିକାରୀଙ୍କ ମନମୁଖୀ ଏବଂ ଆକ୍ରୋଶ ମୂଳକ ପଦକ୍ଷେପ ବିରୁଦ୍ଧରେ ରେ ଅନୁଗୋଳ ଜିଲ୍ଲା ର ଯୁବ ସାମ୍ବାଦିକ ସଞ୍ଜୀବ କୁମାର ମାଣ୍ଡୋଠିଆ ସ୍ୱର ଉତ୍ତଳନ କରି ଆସୁଥିବା ସମୟରେ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଳିକ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକ ସଞ୍ଜୀବଙ୍କୁ ଧମକାଇ ତାଙ୍କର ବାସସ୍ଥାନ ଘର ସମ୍ମୁଖକୁ ବିନା ନୋଟିସ ରେ ଜୋର ଜବରଦସ୍ତ Jcb ଲଗାଇ ଭାଙ୍ଗି ଦେଇଛନ୍ତି l ସଞ୍ଜୀବଙ୍କ ପାଖରେ ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର ଓ ଦଲିଲ ଥିବା ସତ୍ତ୍ୱେ ପୌରନିର୍ବାହୀ ଅଧିକାରୀଙ୍କ ଏତା ଦୃଶ୍ୟ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି l ଏଠି ସାଧାରଣ ରେ ଅଭିଯୋଗ ହେଉଛି କି ସଂପୃକ୍ତ ପୌର ଅଧିକାରୀ ଅନୁଗୋଳର ମୁଷ୍ଟିମେୟ ପୁଞ୍ଜିପତି ଏବଂ ବ୍ୟବସାୟୀ ମାନଙ୍କ ଠାରୁ ଲାଞ୍ଚ ନେଇ କମ ହୋଲଡିଂ ଟିକସ ନେଇ ଅର୍ଥ ଆତ୍ମସାତ କରିଛନ୍ତି ଏବଂ ହେଲଥ କରିଡର ,ସାନିଟାଇଜେସନ,ମଶା ତେଲ ଇତ୍ୟାଦି ରେ ମଧ୍ୟ ଅର୍ଥ ଆତ୍ମସାତ କରିଛନ୍ତି l ଏ ନେଇ ଯୁବ ସାମ୍ବାଦିକ ସଞ୍ଜୀବ କୁମାର ମାଣ୍ଡୋଠିଆ ଏବଂ ହାଇକୋର୍ଟର ଯୁବ ଆଇନଯିବି ବିସ୍ମୟ ଷ୍ଟାଲୀନ ରାଜ୍ୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l