ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଁଞ୍ଚିବା ଓ ଅବଗତ କରାଇବା। ଅରୁଣାଭ ସିଂହ, ବନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନକୁଳ ସାହୁ ଓ ଅଭି ସାହୁଙ୍କ ନେତୃତ୍ୱ ଓ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ଗୋପାଳ ନାଏକ, ଜିଲ୍ଲା ବିଜେଡି ଉପ-ସଭାପତି ବାଉରି ବନ୍ଧୁ ସାହୁ, ଜିଲ୍ଲା ବିଜେଡି ଉପଦେଷ୍ଟା ନିର୍ମଳ ଗଡ଼ନାୟକ, ୨୮ ନଂ ଯୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ବନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ ପ୍ରମୂଖ ଉପସ୍ଥିତ ଥିଲେ। ୩୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ବନ୍ଦା ଶିବ ମନ୍ଦିର ଠାରୁ ଆରମ୍ଭ କରି ବନ୍ଦା ଓ ଝଜିରୀ ଗ୍ରାମ ପରିକ୍ରମା କରି ଝଜିରି ବାଲି ସାହି ଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ବନ୍ଦା ଗ୍ରାମ ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।