Spread the love

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ):

ପୁଣି ଗୌରବ ଆଣିଲା ସାତକୋଶିଆ ଗଣ୍ଡ । ପ୍ରାୟ ଏକ ବର୍ଷ ର ବ୍ୟବଧାନ ପରେ କୃତ୍ରିମ ନୁହେଁ ବରଂ ପ୍ରାକୃତିକ ପରିବେଶ ରେ ଜନ୍ମ ନେଇଛନ୍ତି ପ୍ରାୟ ୩୦ଟି ଘଡ଼ିଆଳ ଶାବକ ।ଏହି ରୋଚକ ତଥା ଐତିହାସିକ ଘଟଣା ଘଟିଛି ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟର ମହାନଦୀ ଅଵବାହିକାର ବଳଦମରା ଠାରେ ।ପ୍ରାୟ ୪୫ ରୁ ୫୦ ବର୍ଷର ବ୍ୟବଧାନ ପରେ ସଂଗଠିତ ଏଭଳି ଏକ ଘଟଣାକୁ ନେଇ ବେଶ ଉତ୍ସହିତ ବନ ବିଭାଗ । ତେବେ ଏସବୁ ଶାବକ ମାନଙ୍କୁ ସୁରକ୍ଷିତ ରଖିବା ବନ ବିଭାଗ ପାଇଁ ନିଶ୍ଚିତ ପକ୍ଷେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଶାବକ ଗୁଡ଼ିକର ଗତିବିଧି କୁ ସିସିଟିଭି କ୍ୟାମେରାରେ ନଜର ରଖାଯିବା ସହ ସମ୍ପୃକ୍ତ ବଳଦମରା ଅଞ୍ଚଳରେ ଯେଭଳି କୌଣସି କୋଳାହଳ ନ ହେବ ଓ ସେଠାକୁ କୌଣସି ବ୍ୟକ୍ତିଙ୍କର ଯେପରି ଚଳ ପ୍ରଚଳ ନ ହୋଇପାରେ ସେ ନେଇ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।
ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ମାଛ ମରା ଉପରେ ରୋକ ଲଗାଯାଇଥିବା ବେଳେ ତାହା ଅଦ୍ୟାବଧି ବଳବତର ରହିଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ର ଡ଼ିଏଫଓ ସରୋଜ ପଣ୍ଡା କହିଛନ୍ତି ।ସୂଚନା ଅନୁଯାୟୀ ପ୍ରାୟ ଏକ ବର୍ଷ ତଳେ ଅନୁରୂପ ଭାବେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ ପ୍ରାକୃତିକ ପରିବେଶ ରେ ପ୍ରାୟ ୨୮ ଗୋଟି ଘଡ଼ିଆଳ ଶାବକ ଜନ୍ମ ନେଇଥିଲେ । ତେବେ ଉପଯୁକ୍ତ ରକ୍ଷନାବ୍ୟଖାନା ଅଭାବ ରୁ ପ୍ରାୟ ୨୫ ଟି ଶାବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଟି ଶାବକ ଙ୍କୁ ପୁରୀ କେନାଲ ରୁ ଉଦ୍ଧାର କରାଯାଇ ପରେ ନନ୍ଦନକାନନରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *