ଅନୁଗୋଳ: ବସ୍ତିବାସୀଙ୍କୁ ଉପଯୁକ୍ତ ଥଇଥାନ କରିବା, ସମସ୍ତ ବସ୍ତିବାସିନ୍ଦାଙ୍କୁ ପା ପ୍ରଦାନ କରିବା, ୧୭ନମ୍ବର ୱାର୍ଡର ଅସର୍ମ୍ପୂ ଡ୍ରେନ୍ ଓ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ତୁରନ୍ତ ସର୍ମ୍ପୂ କରିବା, ୧୭, ୮, ୧୪, ୧୨, ୧୫, ୪ ନମ୍ବର ୱାର୍ଡର ଥିବା ବସ୍ତିବାସୀଙ୍କୁ ଅବିଳମ୍ବେ ପା ପ୍ରଦାନ କରିବା, ୧୩ନଂ. ଓ ୧୫ନଂ. ୱାର୍ଡର ଅଧିବାସୀଙ୍କୁ ଉପଯୁକ୍ତ ଥଇଥାନ କରିବା, ୧୪ନଂ. ୱାର୍ଡ ସମେତ ସମସ୍ତ ବସ୍ତିବାସୀଙ୍କୁ ପାଇଖାନା ଯୋଗାଇଦେବା, ସମସ୍ତ ବସ୍ତିଗୁଡିକୁ ରାସ୍ତା, ଡ୍ରେନ୍ ଓ ଆଲୋକୀକରଣ କରିବା, ସହରକୁ ଅଳିଆ ଆବର୍ଜନା ମୁକ୍ତ କରିବା, ଜିଲ୍ଲା ମୁଖ୍ୟ ଚିକିାଳୟ ସମ୍ମୁଖରୁ ମାଛ ମାର୍କେଟକୁ ଅନ୍ୟତ୍ର ସୁବ୍ୟବସ୍ଥା କରି ସ୍ଥାନାନ୍ତର କରିବା, ସ୍ମାର୍ଟ ମିଟର ବସାଇବା ସର୍ମ୍ପୂ ବନ୍ଦ କରିବା, ସହରରେ ଚୋରି, ଡକାୟତି ଆଦି ଅପରାଧ ଗୁଡିକ ବନ୍ଦ କରିବା, ସହର ମଧ୍ୟରେ ମଦ, ମାଦକ ଦ୍ରବ୍ୟକୁ ସର୍ମ୍ପୂ ନିଷିଦ୍ଧ କରିବା ଆଦି ଦାବିରେ ଆଜି ପୂର୍ବାହ୍ନରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ଉଦ୍ୟୋଗରେ ଗୋପବନ୍ଧୁ ପାର୍କ ଠାରୁ ଶତାଧିକ ପୌରବାସୀ ଏକ ଶୋଭାଯାତ୍ରାରେ ଆସି ପୌରପାଳିକା ଅଫିସ୍ ସମ୍ମୁଖରେ ଏକ ଗଣ ଧାରଣା ଅନୁଷ୍ଠିତ କରାଯାଇଛି । ଏହି ଗଣ ଧାରଣାରେ ବକ୍ତବ୍ୟ ରଖିଥିଲେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ସମ୍ପାଦକ ତଥା ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ ଏବଂ ସଭ୍ୟ ନାରାୟଣ ନାୟକ । ତାଙ୍କ ବକ୍ତବ୍ୟରେ ସମସ୍ୟାର ସମାଧାନ ପାଇଁ ଦୀର୍ଘସ୍ଥାୟୀ ସଚେତନ, ସଂଗଠିତ ଓ ଐକ୍ୟବଦ୍ଧ ଗଣଆନେ୍ଦାଳନ ଗଢ଼ି ତୋଳିଲେ ହିଁ ଦାବି ପୂରଣ ହୋଇପାରିବ ବୋଲି ବିକ୍ଷୋଭକାରୀମାନଙ୍କୁ ଅହ୍ୱାନ କରିଥିଲେ । ଆଞ୍ଚଳିକ କମିଟି ସଭ୍ୟ ଜ୍ୟୋା ସାମଲ, ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଲଳିତା ନାଏକ, ସିଲି ପ୍ରଧାନ, ଲକ୍ଷ୍ମୀ ଭୋଇ, ଟିକିନା ଭୋଇ, ପ୍ରତିମା ପରିଡା, ସୁଭାସିନୀ ବେହେରା, ମେଘିନି ସାହୁ, ପ୍ରଫୁଲ୍ଲ ମହାପାତ୍ର, ଉରି ସାହୁ ପ୍ରମୁଖ ଏକ ପ୍ରତିନିଧି ମଳୀ ପୌରନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ୧୭ନଂ. ୱାର୍ଡର ଅସର୍ମ୍ପୂ ଡ୍ରେନ୍ ଓ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ତୁରନ୍ତ ସର୍ମ୍ପୂ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରିଦର୍ଶନ କରିବା ପାଇଁ କହିଥିଲେ ଏବଂ ୧୪ନଂ. ୱାର୍ଡରେ ସମୂହ ପାଇଖାନା ନିର୍ମାଣ କରାଯିବା ସହିତ ଅନ୍ୟାନ୍ୟ ଦାବିକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
