Spread the love

ତାଳଚେର: ଆସନ୍ତା ଜାନୁଆରୀ 1 ରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ ମହା ଅଧିବେଶନ ଅନୁଷ୍ଠିତ ହେବ |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ ଅଧିବେଶନ ରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ |ସମଗ୍ର ରାଜ୍ୟରୁ ଶହ ଶହ ସଂଖ୍ୟାରେ ସାଧୁ ସନ୍ଥ, ମଠ ମନ୍ଦିର ର ମହନ୍ତ, ବିଭିନ୍ନ ମତ ପନ୍ଥ ର ସନ୍ୟାସୀ ମାନେ ଯୋଗଦେବେ |ହଜାର ହଜାର ସଂଖ୍ୟାରେ ତାଳଚେର, ଅଭିବ୍ୟକ୍ତ ଢେଙ୍କାନାଳ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରୁ ସନାତନୀ ହିନ୍ଦୁ ମାନେ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ଆଦିତ୍ୟ ବାହିନୀ ର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର |ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ତାଳଚେର ପକ୍ଷରୁ ଦେଉଳବେଡା ଡିସିଆଇ କ୍ଲବ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ |ଜଗତ ଗୁରୁ ଙ୍କର ତାଳଚେର ଆଗମନ ପାଇଁ ପାଇଁ ଚୁଡାନ୍ତ ପ୍ରସ୍ତୁତି ସରିଛି, ଆଜି ଗୋବର୍ଦ୍ଧନ ପୀଠ ପକ୍ଷରୁ ଜାରି କରାଯାଇଥିବା ବିସ୍ମୃତ ବିବରଣୀ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସମସ୍ତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ |ରାଇପୁର ରୁ ଦୁର୍ଗ ପୁରୀ ଟ୍ରେନ ଯୋଗେ କଡା ସୁରକ୍ଷା ବଳୟ ରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ତାଳଚେର ଷ୍ଟେସନ ଠାରେ ସକାଳ 4:ଟାରେ ପଦାର୍ପଣ କରିବେ,ସେଠାରେ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହ ହାଣ୍ଡିଧୂଆ ନିବାସୀ ଡଃ ସଂଜୀବ ରାଉତ ଙ୍କ ନିବାସ ରେ ଅବସ୍ଥାନ କରିବେ। ଅପରାହ୍ନ 2ଟା 30ରେ ଘଣ୍ଟାପଡା ପଂଚାୟତ ର ବାଘମରା ଠାରେ ଶ୍ରୀଶଙ୍କରାଚାର୍ଯ୍ୟ ଗୋଶାଳା ର ଲୋକାର୍ପଣ କରିବା ସହ ଅପରାହ୍ନ 3 ଟାରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନ ରେ ଯୋଗ ଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବା ହେବେ. ପର ଦିନ ତା 02/01/2025 ସକାଳ ପ୍ରାୟ 8:30 ଟା ରେ ତାଳଚେର ରୁ ଅନୁଗୁଳ ଷ୍ଟେସନ ରେ ପହଂଚି ପୁରୀ ଗୋବର୍ଦ୍ଧନ ପୀଠ ଅଭିମୁଖେ ଯାତ୍ରା କରିବେ. | ସଂଯୋଜକ ପର୍ଶୁରାମ ବାରିକ ଙ୍କର ସଂଯୋଜନା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଅନୁଗୁଳ ରାଜ୍ଯ ପିଠପରିଷଦ ର ଉପାଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ,ଅନଗୁଳ ଜିଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ ସମେତ ସଂଗଠନ ସଚିବ ତଥା ସ୍ୱାଗତ ସମିତି ର କାର୍ଯ୍ୟକରି ଅଧ୍ୟକ୍ଷ ବରୁଣ ସାହୁ, ସଂମ୍ପର୍କ ସଚିବ ତଥା କାର୍ଯ୍ୟ କ୍ରମ ର ସହ ପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସ୍ଵାଗତ ସମିତି ର ସମ୍ପାଦକ ବୃନ୍ଦାବନ ବେହେରା, ଆଦିତ୍ୟ ଜିଲା ସଭାପତି ଲଲିତ ମୋହିନ ଦାଶ ଆନନ୍ଦ ବାହିନୀ ର ସ୍ମିତା ପଟ୍ଟନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ |ଶେଷରେ ସମସ୍ତ ତାଳଚେର ବାସୀ ତଥା ହିନ୍ଦୁ ସମାଜ ଜାନୁଆରୀ 1 ହିନ୍ଦୁରାଷ୍ଟ ମହାଧିବେଶନ ରେ ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ଉପସ୍ଥିତ ରହି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର କୃପାଲାଭ କରିବା ପାଇଁ ନିବେଦନ କରିଥିଲେ |ପରେ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ 13ଟି ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *