Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରୋଗୀ । ଡାକ୍ତରଖାନା ପକ୍ଷରୁ ତାଙ୍କୁ ସାଲାଇନ ମଧ୍ୟ ଲଗା ଯାଇଥିଲା । ହେଲେ ସାଲାଇନ ସରିଗଲା ପରେ ଏ ନେଇ ବାରମ୍ବାର ଡାକ ପକାଇବା ପରେ କୌଣସି ଷ୍ଟାଫ ନ ଆସିବାରୁ ରୋଗୀ ଜଣ ଙ୍କ ବେଡ଼ ରୁ ଉଠି ବାହାରକୁ ଆସି ହାତରେ ସାଲାଇନ ବୋତଲ ଧରି ନିଜ କରୁଣ କାହାଣୀ ବଖାଣିଥିଲେ ।
ପ୍ରାୟ ୨୦ ସେକେଣ୍ଡ ର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ଏହି ଭାଇରାଲ ଭିଡିଓ ଟି ଅନୁଗୋଳ ଜିଲାର କୋଶଳା ଡାକ୍ତରଖାନା ପରିସର ର ବୋଲି କୁହାଯାଉଛି । ତେବେ ଏହା ପ୍ରକୃତରେ ସମ୍ପୃକ୍ତ ଡାକ୍ତରଖାନାର ନା ଆଉ କୌଣସି ସ୍ଥାନର ତାହା ସ୍ପଷ୍ଟ ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *