Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଓ ଢେଙ୍କାନାଳ ଜିଲା ସୀମାନ୍ତ ହିନ୍ଦୋଳ ବନାଞ୍ଚଳ କର୍ଣପୁର ଜଙ୍ଗଲ ରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ଶିକାରୀଙ୍କ ଦ୍ଵାରା ବିଛା ଯାଇଥିବା ଫାସରେ ପଡି ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବନ ବିଭାଗ । ଘଟଣା ସଂକ୍ରାନ୍ତରେ ସୂଚନା ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ଼ ପ୍ରକାଶ ଚାନ୍ଦ ତଥା ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ ଯୋଗ ଦୟାନନ୍ଦ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନା ଅନୁଯାୟୀ ବନ ଅଧିକାରୀଙ୍କ ତଦନ୍ତ ସମୟରେ ଘଟଣା ସ୍ତଲରୁ ପାଞ୍ଚ ଟି ବାରାହା ଫାସକୁ ଜବତ କରିଛି ବିଭାଗ । ମୃତ କଲରାପତରିଆ ବାଘର ଶବ ବ୍ୟବଚ୍ଛେଦ କରାଯାଇ ପରେ ପୋଡି ଦିଆଯାଇଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସମୟରେ ଡା ଅନ୍ତର୍ଯ୍ୟାମୀ ବାରିକ , ଡା ରଶ୍ମି ସିଂ ଓ ଅସିତ ଚୌଧୁରୀ ମୃତ ବାଘର ଶବ ବ୍ୟବଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହି ସମୟରେ ଆଞ୍ଚଳିକ ବନ ସଂରକ୍ଷକ ଶ୍ରୀ ଏମ ଯୋଗଜୟାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ବନ ବିଭାଗର ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *