Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଝିଅ ର ବାହାଘର ଦିନ ବାପାର ମୃତ୍ୟୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଅନ୍ତର୍ଗତ ପର୍ଶୁମାଳ ଗାଁ ରେ । ଏହି ଗାଁର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ଟ୍ରେନ ଲାଇନ କଡ଼ରୁ ମିଳିଥିଲା । ସୂଚନାନୁଯାୟୀ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା। ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସୁରଥ ଆତ୍ମହତ୍ୟା କରିଥିବା ସନ୍ଧେହ କରାଯାଉଛି । ସୁରଥ ଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସଂପୃକ୍ତ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ଅନ୍ୟପକ୍ଷରେ ଏହି ଘଟଣା ପରେ ସୁରଥଙ୍କର ଝିଅ ଙ୍କର ହେବାକୁ ଥିବା ବିବାହ ଘରକୁ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *