Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲା ନାଲକୋ ଥାନା ବଳରାମପ୍ରସାଦ ଗାଁ ରେ ଚାଂଚଲ୍ୟ । ବିଜେଡି ନେତା ଙ୍କୁ ହତ୍ୟା କଲେ ବିଜେଡି କାର୍ଯ୍ୟକର୍ତା ପୂର୍ବତନ ଜିଲା ପରିଷଦ ସଭ୍ୟ ଙ୍କୁ ହତ୍ୟା । ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁ ରେ ଘଟିଛି ଏହି ଅଘଟଣ ।
ମୃତବ୍ୟକ୍ତି ହେଉଛନ୍ତି ପୂର୍ବତନ ଜିଲା ପରିଷଦ ସଭ୍ୟଶିବରାମ ସାହୁ । ଚଳିତ ଥର ବିଜେଡି ସମର୍ତ୍ତିତ ପ୍ରାଥୀ ଭାବେ ନିର୍ବାଚନ ରେ ପ୍ରାଥୀ ହୋଇ ପରାଜିତ ହୋଇଥିଲେ । ଶିବରାମ ।
ସୂଚନା ଅନୁଯାୟୀ ବଳରାମ ପ୍ରସାଦରେ ଥିବା ନିଜ ଘର ବାହାରେ ତୁଳସୀ ଗଛ ରେ ଜଳାଭିଷେକ କରୁଥିବା ବେଳେ ଶିବରାମ ଙ୍କୁ କୌଣସି ଦୁର୍ବୁର୍ତ୍ତ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।
ସେପଟେ ହତ୍ୟାକାଣ୍ଡ ଭିଆଇ ଥିବା ବ୍ୟକ୍ତି ମଧ୍ୟ ସେହି ଗ୍ରାମର ବୋଲି ଜଣାପଡିଛି । ତାଙ୍କ ନାଁ ଦୀପକ ବେହେରା ବୋଲି ଜଣାପଡିଛି ।
ଘଟଣା ପରେ ହତ୍ୟାକାରୀ ଦୀପକ ନାଲକୋ ଥାନା ରେ ଆତ୍ମସମର୍ପଣ କରିଥିବା ବେଳେ ଗୁଣିଗାରେଡି ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି ।
ସେପଟେ ମୃତ ଶିବରାମ ଙ୍କ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଅନୁଗୁଳ ମୁଖ୍ୟଚିକିତ୍ସାଲୟରେ କରାଯାଇଛି । ହତ୍ୟାକାରୀ କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।
ପୋଲିସ ଅଭିଯୁକ୍ତ ର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଅନୁଗୁଳ ଏସଡ଼ିପିଓ ଭବାନୀ ସଙ୍କର ଉଦଗାତା ।

ଜିଲ୍ଲା ପରିଷଦଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ଆତ୍ମସମର୍ପଣ

Leave a Reply

Your email address will not be published. Required fields are marked *