ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ମା’ ଲକ୍ଷ୍ମୀ ପୂଜା ଚାଲୁ ଥିବାରୁ ବିଭିନ୍ନ ଅଞ୍ଚଳରେ ଖାଇବା ଦୋକାନ ତଥା ଚାଟ, ଗୁପଚୁପ, ମଥୁରା କେକ ଭଳି ବହୁ ଖାଇବା ଦୋକାନ ପଡ଼ିଛି। ଯାହା ଫଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ଦଶହରା ପଡିଆ ଠାରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ଯାଞ୍ଚ କରାଯାଇଛି। ଦଶହରା ପଡିଆ ଠାରେ ପଡିଥିବା ସମସ୍ତ ଖାଦ୍ୟ ଦୋକାନ ଉପରେ ଯାଞ୍ଚ ବେଳେ ବାସୀ ଖାଦ୍ୟ, ଆଳୁ, ଛଣା ତେଲ, ଫୁଡ୍ ଲାଇନ୍ସସ, କଲର ଆଦି ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ରେ ୩ ଜଣ ଙ୍କୁ ଫାଇନ କରାଯାଇଥିଲା ।ଏହି ଯାଞ୍ଚ ପ୍ରକ୍ରିୟାରେ ଡି. ପି. ଏଚ. ଓ. ଧନଞ୍ଜୟ ବେହେରା, ଏଫ. ଏସ୍. ଓ ହରପ୍ରିୟା ବେହେରା, ଏମ୍. ଟି. ଏସ୍ ନୀଳାମ୍ବର ପ୍ରଧାନ ଯାଞ୍ଚ ପ୍ରକ୍ରିୟା ରେ ସାମିଲ ହୋଇଥିଲେ।