ତାଳଚେର :ବିଜେପି ର ଓଡିଶା ପ୍ରଦେଶ ର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି |ଏ ଖବର ମିଳିବା ପରେ ବିଜେପି ର ବରିଷ୍ଠ ନେତା କାଳନ୍ଦି ସାମଲ ଭୁବନେଶ୍ୱର ଠାରେ ସ୍ବର୍ଗତ ପ୍ରାକ୍ତନ ବିଧାୟକ ଙ୍କ ମର ଶରୀର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି |ବରିଷ୍ଠ ନେତା ଠାକୁର ରଂଜିତ ଦାସ ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଅନୁରୂପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |