ଅନୁଗୁଳ: ଚାଷୀ ଉତ୍ପାଦିତ ଦ୍ରବ୍ୟଗୁଡିକରେ ଏମ୍.ଏସ୍.ପି.କୁ ଆଇନ୍ ସମ୍ମତ କରିବା, ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଦୁ୍ୟତ୍ ଆଇନ୍-୨୦୨୩କୁ ବାତିଲ୍ କରିବା, ଶ୍ରମିକ ବିରୋଧୀ ·ରୋଟି ଶ୍ରମ କୋଡ୍ ବାତିଲ କରିବା, ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା, ବେକାର ସସମ୍ୟା ଦୂର କରିବାକୁ ବାସ୍ତବ ପଦକ୍ଷେପ ଗ୍ରହଣ କରିବା, ସର୍ବନିମ୍ନ ମଜୁରୀ ୨୬ହହାର ଟଙ୍କା, ଆଶା, ଅଙ୍ଗନୱାଡି, ପାଚିକା-ସହାୟିକା ତଥା ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ଆଦି ଦାବିରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଗ୍ରାମୀଣ ବନ୍ଦ ଓ ଶିଳ୍ପ ଧର୍ମଘଟ ପରିପ୍ରେକ୍ଷୀରେ ଅନୁଗୁଳ ସହରରେ ·ଷୀ, ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ପୁରୁଣା ବସ୍ଷ୍ଟାଣ୍ଡ ଠାରେ ପଥପ୍ରାନ୍ତ ସଭା ମାଧ୍ୟମରେ କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବକ୍ତାମାନେ ପ୍ରବଳ ବର୍ଷି ଥିଲେ । ଦିଲ୍ଲୀ ସୀମାରେ ଆନେ୍ଦାଳନରତ ·ଷୀମାନଙ୍କ ଉପରେ ବିଜେପି ସରକାରଙ୍କ ଦମନ ନୀତିକୁ ମଧ୍ୟ ଦୃଢ଼ ବିରୋଧ କରାଯାଇଥିଲା । ଆଜିର ଧର୍ମଘଟକୁ ଜିଲ୍ଲାର ଗ୍ରାମାଞ୍ଚଳ, ଶିଳ୍ପସଂସ୍ଥା, ଅଫିସ୍ ଦପ୍ତରରେ କାର୍ଯ୍ୟରତ ଶ୍ରମିକ, କର୍ମ·ରୀ ଓ ସହରର ବ୍ୟବସାୟୀ ମାନେ ସ୍ୱତଃସ୍ଫୃତ ସମର୍ଥନ ଦେଇଥିବାରୁ ମିଳିତ ମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଧର୍ମଘଟରେ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ପକ୍ଷରୁ ବ୍ରଜବନ୍ଧୁ ସାହୁ, ପ୍ରତିମା ବେହେରା, ସି.ଆଇ.ଟି.ୟୁ ପକ୍ଷରୁ ଡ. ଉପେନ୍ଦ୍ର ଶର୍ମା, ମହେନ୍ଦ୍ର ସାହୁ, ବିଶ୍ୱଜିତ୍ ସାହୁ, ବସନ୍ତ ପଟ୍ଟନାୟକ, ଏ.ଆଇ.ସି.ସି.ଟି.ୟୁ ପକ୍ଷରୁ ତପନ ମହାନ୍ତି, ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ଦିଗାମ୍ବର ଗଡନାୟକ, ଦେବାଶିଷ ଘୋଷ, ଏଚ୍.ଏମ୍.ଏସ୍. ପକ୍ଷରୁ ପବିତ୍ର ବିଶ୍ୱାଳ, ·ଷୀ ସଂଗଠନ ଏ.ଆଇ.କେ.କେ.ଏମ୍.ଏସ୍ ପକ୍ଷରୁ ସୁବାସ ପ୍ରଧାନ, ନବକିଶୋର ପ୍ରଧାନ, କୁମର ସାହୁ, ସଞ୍ଜୟ ସାହୁ, ଯୁବ ସଂଗଠନ ଡି.ୱାଇ.ଓ ପକ୍ଷରୁ ମାନସ ପାଳ, ନିରଞ୍ଜନ ନାୟକ, ଛାତ୍ର ସଂଗଠନ ଡି.ଏସ୍.ଓ. ପକ୍ଷରୁ ନାରାୟଣ ନାୟକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।