Spread the love

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ ଜୋର କମିଟି ବୈଠକ ଅନୁଷ୍ଠିତ ହୋଇଛି |ବୈଠକ ରେ ଜିଲ୍ଲାର ସାଙ୍ଗଠନିକ ଆଲୋଚନା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ଆଗାମୀ ଦିନର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଛି | ଆଗାମୀ ଅଗଷ୍ଟ ୧୦ ରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲା ର ସମସ୍ତ ମଣ୍ଡଳରେ ତିରଙ୍ଗା ଯାତ୍ରା, ୧୩ ରୁ ୧୫ ଅଗଷ୍ଟ ସମସ୍ତ ଘର ଏବଂ ପ୍ରତିଷ୍ଠାନରେ ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ତିରଙ୍ଗା ପତାକା ଉତ୍ତୋଳନ ଓ ୧୨ ରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ସ୍ମାରକୀ, ଯୁଦ୍ଧ ସ୍ମାରକୀ ଏବଂ ସ୍ଵାଧୀନତା ସଂଗ୍ରାମ ସହିତ ସ୍ତମ୍ଭ ଆଦି ଗୁରୁତ୍ତ୍ୱପୂର୍ଣ ସ୍ଥାନଗୁଡିକ ପାଖରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କରାଯିବା ସହ ଅଗଷ୍ଟ 14ରେ ବିଭାଜନ ବିଭୀଷିକା ଉପରେ ଜିଲ୍ଲା କାର୍ଯ୍ୟାଳୟ ରେ ବୁଦ୍ଧିଜୀବୀ ସମ୍ମିଳନୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ କାର୍ଯ୍ୟକ୍ରମର ମଣ୍ଡଳ ସ୍ତରରେ ସଂଯୋଜକ ଓ ସହ ସଂଯୋଜକ ଦାୟିତ୍ୱ ଦିଆଯାଇଛି ଏବଂ ସମସ୍ତ ବିଧାନସଭା ର କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ର ବରିଷ୍ଠ କାର୍ଯ୍ୟକର୍ତା ଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜିର ବୈଠକ ରେ ଜିଲ୍ଲା ସଭାପତି ଙ୍କ ସମେତ ବରିଷ୍ଠ ନେତା ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ପ୍ରତିମା ମିଶ୍ର, ପର୍ଶୁରାମ ବାରିକ, ପ୍ରତ୍ୟୁଷ ପଣ୍ଡା, ବସନ୍ତ ମଞ୍ଜରୀ ପ୍ରଧାନ, ଦିଲ୍ଲୀପ ଦାସ, ଚିତ୍ତରଞ୍ଜନ ମେହେର, ଅକ୍ଷୟ ପାଦ ବେହେରା, ଗୋପବନ୍ଧୁ ଗଡ଼ନାୟକ ସିଦ୍ଧାର୍ଥ ରାଉତରାୟ, ସୀପନ ଦେହୁରୀ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *