Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଶେଷରେ ଅଧିକ ଅନୁଧ୍ୟାନ ପାଇଁ କପିଳାସ ଗଲା ସାତକୋଶିଆ ର ଅସୁସ୍ଥ ହାତୀ ଶାବକ । ଶୁକ୍ରବାର ଦିନ ତମାମ ବନ ବିଭାଗ ର ଉଦ୍ୟମ ପରେ ଆଜି ହାତୀ ଶାବକ ଟିର ଚିକିତ୍ସା କରାଯିବା ପରେ ଶାବକ କୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସଡକ ପଥ ଯୋଗେ କପିଳାସ କୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ମା ହାତୀ ଠାରୁ ଶାବକ ଦୁରେଇ ଯିବା ପରେ ମା ହାତୀ ଟିର ସ୍ଵଭାଵ ରେ ପରିବର୍ତ୍ତନ ସମ୍ଭାବନା ଥିବାରୁ ଏହା ଉପରେ ତୀକ୍ଷନ ନଜର ରଖିଛି ବନ ବିଭାଗ ର ସାତକୋଶିଆ ଉଆଇଲଡ଼ ଲାଇଫ ଡିଭିଜନ ।ସୂଚନା ଅନୁଯାୟୀ ନିକଟରେ ସାତକୋଶିଆ ଅଭୟାରଣ୍ୟ ର ବିଭିନ୍ନ ସ୍ଥାନରେ ଘୁରି ବୁଲିଥିଲେ ମା ଓ ଶାବକ ହାତୀ । ପ୍ରାରମ୍ଭିକ ଅନୁଧ୍ୟାନ ପରେ ହାତୀ ଶାବକ ଟି ଅସୁସ୍ଥ ଥିବା ଓ ସେ ସଠିକ ଭାବରେ ଚଲାବୁଲା କରି ପାରୁନଥିବା ଦେଖିବାକୁ ପାଇଥିଲା ବନ ବିଭାଗ ।ସେପଟେ ଆଜି ଉଭୟ ଙ୍କୁ ନିଶ୍ଚେତକ ଦେବା ପରେ ହାତୀ ଶାବକ ଟିର ଚିକିତ୍ସା କରାଯାଇଥିଲା ।
ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ର ଡିଏଫଓ ସରୋଜ ପଣ୍ଡା , ଏସିଏଫ ଶୁଭେନ୍ଦୁ ବେହେରା ଓ ବନ କର୍ମଚାରୀ ଙ୍କ ଉପସ୍ଥିତି ରେ ବନ କର୍ମଚାରୀ ଙ୍କ ସହାୟତା ରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ର ପ୍ରାଣୀଧନ ଚିକିତ୍ସକ ଡ଼ା କିଶୋର ସାହୁ ଶୁକ୍ରବାର ଡଲାସିଂହା ଜଙ୍ଗଲ ରେ ସମସ୍ତ ପ୍ରକ୍ରିୟା ସମ୍ପର୍ଣ୍ଣ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *