ଅନୁଗୋଳ( ସୁବ୍ରତ ପଟ୍ଟନାୟକ): ଆଜି ସନ୍ଧ୍ୟା ପ୍ରାୟ ୫.୨୫ରୁ ୫.୩୦ମଧ୍ୟରେ ଦୁଇଥର ଭୂମିକମ୍ପ ଅନୁଭୁତ ହୋଇଛି ।
ତାଳଚର ସହର ସମେତ କଙ୍କିଳି, ଧରମପୁର ତଥା ପାରିପାର୍ଶ୍ବିକ ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ କୁ ଅନେକ ଲୋକେ ଅନୁଭବ କରିଥିବା କହିଛନ୍ତି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେଣୁ ଏହା ଭୂମିକମ୍ପ ନା ଆଉ କୌଣସି କାରଣ ଯୋଗୁଁ କିଛି ସମୟ ପାଇଁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ହଲି ଯାଇଛି ତାହା ତଦନ୍ତ ସାପେକ୍ଷ ।