Spread the love

Angul Khabar: ଅନୁଗୋଳ ତା 26-12-2024 ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ଠାରେ, ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜଷ୍ଟିସ” କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା ଓ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଯୋଗେଶ୍ୱରୀ ବେହେରା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ସହକାରୀ ଶ୍ରମ ଅଧିକାରୀ
ପଦ୍ମଜା ସାହୁ, ବରିଷ୍ଠ ସାମାଜିକ ଉପଦେଷ୍ଟା ବିରେନ ନାୟକ ଓ ବିଶ୍ୱ ଯୁବ କେନ୍ଦ୍ର ର ସଭାପତି ବସନ୍ତ କୁମାର ପ୍ରଧାନ ଓ ନିର୍ଦେଶକ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ |

ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ର ଉଦେଶ୍ୟ, ଜିଲ୍ଲା ରେ ବୃଦ୍ଧି ପାଉଥିବା ବାଲ୍ୟ ବିବାହ, ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ଉପରେ ବକ୍ତ୍ୟବ୍ୟ ରଖିଥିଲେ। ସରକାରୀ ତଥ୍ୟ (NFHS) ଅନୁଯାୟୀ ଶତକଡା 25 ଭାଗ ବାଲ୍ୟ ବିବାହ ହେଉଥିବା ବେଳେ ଅଙ୍ଗନ ବାଡ଼ି କର୍ମୀ, ପୋଲିସ ପ୍ରଶାସନ, ଶିଶୁ ସୁରକ୍ଷା ବିଭାଗ ର ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମତ ପ୍ରକାଶ କରିଥିଲେ।
ଉପ ଆରକ୍ଷୀ ଅଧିକ୍ଷକ ତାଙ୍କ ବକ୍ତବ୍ୟ ରେ ମାନବ ଅଧିକାର, ନୀତିଦିନ ଘଟୁଥିବା ଶିଶୁ ମାନଙ୍କ ସମସ୍ୟା ଓ ତାହାର ମୂଳ କାରଣ ଉପରେ କହିଥିଲେ | ଶିଶୁ ଯୌନ ନିର୍ଯାତନା ବିରୋଧରେ ପ୍ରଚଳନ ହଉଥିବା POCSO ଆଇନ ବିଷୟରେ ଆଲୋକପାତ କରିଥିଲେ। ଶିଶୁ ପୀଡିତ ମାନଙ୍କୁ ନ୍ୟାୟ ଯୋଗେଇବାରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |

ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତ୍ୟବ୍ୟରେ ଶିଶୁ ବିବାହ, ନିର୍ଯାତନା ଓ ଶୋଷଣ କିପରି ରୋକାଜ।ଇ ପାରିବ, ସରକାରୀ କର୍ମକର୍ତ୍ତା ମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସହିତ ସହାୟତା ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲ କରିବାକୁ ପରାମର୍ଶ ଦେଇଥିଲ।

ଶିଶୁ ବିବାହ ପୂର୍ବରୁ ପଦକ୍ଷେପ ନିଆଯାଇ ବିବାହ ବନ୍ଦ କରିବା, ସମାଜ ର ସମସ୍ତ ବର୍ଗ ଲୋକଙ୍କୁ ସଚେତନ କରାଇ ଶିଶୁ ଶୋଷଣ ବନ୍ଦ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରାମର୍ଶ ପ୍ରଦାନ କରିଥିଲେ।

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମେହେର, ଜିଲ୍ଲା ବାଲ୍ୟ ବିବାହ ନିରୋଧ ଅଧିକାରୀ ସନ୍ତୋଷ ବେହେରା, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଆଇନ ଉପଦେଷ୍ଟା ପ୍ରଦୀପ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପ୍ରମୁଖ ଶିଶୁ ବିବାହ, ନିର୍ଯାତନା ଓ ଚାଲାଣ କାରଣ, ନିରାକରଣ ଓ ଆଇନଗତ ଦିଗ ଉପରେ ଆଲୋକ ପାତ କରିଥିଲେ।

କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ କମିଟି ସଦସ୍ୟା ଲିପି ପୁଷ୍ପା ବେହେରା ଓ ପୁଷ୍ପା ସାହୁ, ଓକିଲ ସିପ୍ରା ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିତାଞ୍ଜଳୀ ପ୍ରଧାନ ଓ ଲିଲି ଦାସ ଙ୍କ ସମେତ ଜିଲ୍ଲା ର ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ, ଗୋଷ୍ଠୀ ସମ୍ବଳ ବ୍ୟକ୍ତି, ସରପଞ୍ଚ, ୱାର୍ଡ ସଭ୍ୟ, ଚାଇଲଡ ହେଲ୍ପ ଲାଇନ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ର ସଂଯୋଜିକା ପୂଜା ସ୍ୱାଇଁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ର ର କର୍ମୀ ଅଜୟ ଜଗଦଳା, ଜ୍ୟୋସ୍ମିତା ପ୍ରଧାନ, ଲଷ୍ମୀ ବେହେରା, ଗିରିଜା ନନ୍ଦନ ସାହୁ ଓ ସୋନାଲିସା ଶବର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *