Spread the love

ଅନୁଗୋଳ: ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସ୍ଥିତ ସମଗ୍ରଶିକ୍ଷା ସମ୍ମିଳନୀ କକ୍ଷଠାରେ ତା ୩୧.୦୭.୨୦୨୫ ଓ ୦୧.୦୮.୨୦୨୫ ରିଖ ଦୁଇଦିନ ବ୍ୟାପୀ ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ-ସମଗ୍ର ଶିକ୍ଷା, ସାଇଟସେଭେର୍ସ ଇଣ୍ଡିଆ, ଭୁବନେଶ୍ବର ଓ ଲେପ୍ରା ସୋସାଇଟି, ଭୁବନେଶ୍ବର ଆନୁକୁଲ୍ଯରେ ଜାତୀୟ ଶିକ୍ଷା ନୀତି ୨୦୨୦ର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଦୃଷ୍ଟିଗତ ସମସ୍ଯା ଥିବା ଛାତ୍ରଛାତ୍ରୀମାନଙ୍କ ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ, ଶ୍ରୀମତୀ ମଧୁସ୍ମିତା ନନ୍ଦ, ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ସାଇଟସେଭେର୍ସ ଇଣ୍ଡିଆ, ଭୁବନେଶ୍ବର ତରଫରୁ ଶ୍ରୀମତୀ ଲିପିକା ମହାପାତ୍ର, ଲେପ୍ରା ସୋସାଇଟି, ଭୁବନେଶ୍ବର ତରଫରୁ ଚକ୍ଷୁ ପରିକ୍ଷକ ସୁଶ୍ରୀ ଭାବନା ଝା ଓ ସୁଶ୍ରୀ ଭାଗ୍ୟଲକ୍ଷ୍ମୀ ବିଶ୍ଵାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ତରଫରୁ ଚକ୍ଷୁ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୮ ଟି ବ୍ଲକରୁ ସମୁଦାୟ ୧୩୬ ଜଣ ଚକ୍ଷୁ ସମସ୍ଯା ଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହିତ ଯୋଗଦାନ କରି ଚକ୍ଷୁ ପରୀକ୍ଷା କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ 8X, 6X ଓ 4X ଟେଲିସ୍କୋପେ ନିମନ୍ତେ ୧୧ ଜଣ, 4X DOME ୧୨ ଜଣ, ଚକ୍ଷୁଦୋଷ ନିରାକରଣ ଉପଯୋଗୀ ଚଷମା ନିମନ୍ତେ ୧୬ ଜଣ, Non-Optical Aid ୧୦ ଜଣ, Cyclopedic Referral ୧୫ଜଣ, ICT ଉପକରଣ ୧୩ ଜଣ, ବ୍ରେଲ ଉପକରଣ ୬ ଜଣ, ଉଚ୍ଚସ୍ତରୀୟ ଚିକିତ୍ସା ନିମନ୍ତେ ୩ ଜଣ, Protective ଚଷମା ବ୍ୟବହାର ନିମନ୍ତେ ୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇ ଏହି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକ ଉପକରଣ ଗୁଡିକୁ ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ-ସମଗ୍ର ଶିକ୍ଷା ତରଫରୁ କ୍ରୟ କରି ପରବର୍ତ୍ତୀ ପର୍ଯ୍ଯାୟରେ ଯୋଗାଇଦିଆଯିବାର ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଅନୁଗୋଳ ବ୍ଲକରେ କାର୍ଯ୍ଯକରୁଥିବା ଅନ୍ତର୍ନିବେଶୀ ଶିକ୍ଷା ଗୋଷ୍ଠୀ ସାଧନକର୍ମୀ ଶ୍ରୀଯୁକ୍ତ ରଘୁନାଥ ବାରିକ ଓ ଶ୍ରୀଯୁକ୍ତ ପତିତପାବନ ବାଡିଆ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ପଞ୍ଜୀକରଣ ଓ ପରୀକ୍ଷାନିରୀକ୍ଷାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *