Angul News ଅନୁଗୋଳ: ସରକାରଙ୍କ ୧୦୦ ଦିନ ପୂତ୍ତୀ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ନାଲ୍କୋନଗର ପଲ୍ଲୀଶ୍ରୀମେଳା ପଡିଆ ଠାରେ ଆଜି ମାନ୍ୟବର ଅବକାରୀ,ପୂର୍ତ୍ତ ଓ ଆଇନ୍ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥ୍ ବିଭିନ୍ନ ବିଭାଗ ଦ୍ବାରା ସମ୍ପାଦିତ ସରକାରଙ୍କ ପ୍ରଣୀତ ପ୍ରମୁଖ ଯୋଜନାଗୁଡିକର ଷ୍ଟଲ ବୁଲି ଦେଖୁଥିଲେ । ପରେ ଆୟୋଜିତ ଏକ ଜନ ସାମାବେଶରେ ଯୋଗ ଦେଇ ସେ କହିଥିଲେ ଯେ, ଅନୁଗୋଳ ମାଟି ଏକ ବିପ୍ଳବର ମାଟି।
ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ବିପ୍ଳବର ଚିହ୍ନ ଲେଖାଯାଇଛି ଏବଂ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାର ଏହି ମାଟିର ଏକ ସୁଦୀର୍ଘ ଐତିହ ସ୍ମରଣୀୟ ହୋଇ ରହିଛି । ଓଡିଶାର ଅର୍ଥନୈତିକ ବିକାଶରେ ଅନୁଗୋଳ ପ୍ରମୁଖ ଭୁମିକା ରହିଛି । ନୂତନ ସରକାର ଶପଥ ନେବାର ଏକ ଘଣ୍ଟା ମଧ୍ୟରେ ୪ଟି ବଡ ନିଷ୍ପତ୍ତି ନେଇ ଏ ସରକାର ଲୋକଙ୍କ ସରକାର ବୋଲି ପ୍ରମାଣିତ କରିଛନ୍ତି । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା କମାଇବା, ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ମଞ୍ଜୁର କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବା, ମା ଓ ଉଣୀମାନଙ୍କ ଆର୍ଥିକ ବିକାଶ ନିମନ୍ତେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଇତ୍ୟାଦି ଦିଗରେ ସରକାରଙ୍କ ଦ୍ବାରା ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ଭାରତର ବିକାଶରେ ପୂର୍ବୋଦୟ ହେବ ଏବଂ ଏହି ପୂର୍ବୋଦୟ ଓଡିଶାରୁ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ସମୟରେ ଯାହା କହିଥିଲେ ତାହା ରାଜ୍ୟ ସରକାର ପୁରଣ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ବୋଲି ମଧ୍ୟ ସେ କହିଥିଲେ ।
୨୦୩୬ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ ବିକଶିତ ରାଜ୍ୟ ଭାବେ ଗଠନ କରିବା ଏହି ସରକାରର ମୂଳ ଲକ୍ଷ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥ୍ ଭାବେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗ ଦେଇ ନିର୍ବାଚନ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଓଡିଶାବାସୀଙ୍କୁ ଦେଇଥିଲେ ସେସବୁକୁ ଗୋଟି ଗୋଟି କରି ପୂରଣ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କସରକାର ଆଗେଇ ଚାଲିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର ସ୍ବାଗତ ଭାଷଣ ଦେଇ ୧୦୦ ଦିନ ଭିତରେ ଅନୁଗୋଳ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ୫ ଜଣ ସୁଭଦ୍ରା ଯୋଜନାର ହିତାଧୁକାରୀ ମା ମାନଂକୁ ମୁଖ୍ୟ ଅତିଥୁ ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ମିଶନ ଶକ୍ତି ଯୋଜନା ଅନ୍ତର୍ଗତ ୪ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଚେକ୍, ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୋଳର ବୈଜୟନ୍ତୀ ମିଶ୍ରଙ୍କୁ ବିୟୁଟି ପାର୍ଲର ସ୍ଥାପନ ନିମନ୍ତେ ୨୦ ଲକ୍ଷ ଋଣ ରାଶି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ୫ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ସହାୟତା ରାଶି ପ୍ରଦାନ କରିଥିଲେ । ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଜାତୀୟ ସ୍ତରରେ ପୁରସ୍କୃତ ଅନୁଗୋଳ ଜିଲ୍ଲାର କୋଇଓ, ଧରମପୁର,କଣ୍ଟାଳ ଓ ପୋକତୁଙ୍ଗା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସଦସ୍ୟଙ୍କୁ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲକ୍ଷ୍ୟ ସାର୍ଟିଫିକେଟ ପାଇଥିବା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥ୍ ଓ ଅନ୍ୟାନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଓଡିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ସେହିପରି ସରକାରଙ୍କ ପ୍ରଣିତ ବିଭିନ୍ନ ପ୍ରମୁଖ ଯୋଜନା ପର୍ଯ୍ୟବେସିତ ଦୃଶ୍ୟ ଶ୍ରାବ୍ୟ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରଞ୍ଜନ କୁମାର ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ଗଣମାଧ୍ୟମର ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।