Spread the love

Angul News: ତାଳଚେର: ଗତ କିଛିଦିନ ପୂର୍ବରୁ ତାଳଚେର ଦେଉଳବେଡା କଲୋନୀ ରେ ରହୁଥିବା ଲାଙ୍ଗୀଯୋଡ଼ା ଗ୍ରାମର ବିଶ୍ୱଜିତ ନାଏକ କୁ ଅପହରଣ ଓ ହତ୍ୟା କରାଯାଇଥିଲା | ନିଖୋଜ ହେବାର ନଅ ଦିନ ପରେ ବିଶ୍ୱଜିତ ର ଗଳିତ ଶବ ତାଳଚେର ଥାନା ଶିବରାମ ପୁର ଜଙ୍ଗଲ ରୁ ମିଳିଥିଲା | ଏ ସଂକ୍ରାନ୍ତ ରେ ପୋଲିସ ଦୁଇ ଜଣ କୁ ଗିରଫ କରିଛି | ଢେଙ୍କାନାଳ ସାଂସଦ ଦେଉଳବେଡା ସ୍ଥିତ ତାଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାର ତାଙ୍କ ବାପା ବିମଳ ନାଏକ ଏବଂ ସମସ୍ତ ସଦସ୍ୟ ବନ୍ଧୁ କୁଟୁମ୍ବ ଙ୍କୁ ଭେଟି ସମବେଦନା ଜଣାଇବା ସହ ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଏସ୍ପି ରାହୁଲ ଜେନ ଓ ଏସ୍ଡ଼ିପିଓ ଭରତ ସାହୁ ଙ୍କୁ ଫୋନ କରି ହତ୍ୟାକାଣ୍ଡ ର ସଠିକ ତଦନ୍ତ କରାଇ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଵିଧି ବ୍ୟବସ୍ଥା କରିବା ଉପରେ ପରାମର୍ଶ ଦେଇଥିଲେ | ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ମଣ୍ଡଳ ସଭାପତି ବରୁଣ ସାହୁ, ଜିତେନ୍ଦ୍ର ଦାସ, ଜଗଦୀଶ ସିଂହ, ସୁନୀଲ ପଟ୍ଟନାୟକ, କାଉନ ସିଲର ସ୍ୱାଧୀନ ଥମ୍ବ ,ବିନ୍ଦା ସିଂହ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *