Angul News: ତାଳଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା କୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଅବଦାନ ଦେଇ ପୁରୀ ରୁ ରାଉରକେଲା ର ଶୁଭାରମ୍ଭ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ କୁ ଶୁଭାରମ୍ଭ କରିବା ସହ ଏହି ଟ୍ରେନ ରେ ଅନୁଗୁଳ ପର୍ୟ୍ଯନ୍ତ ଆସିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଳଚେର ରୋଡ଼ ଷ୍ଟେସନ ଠାରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲା।ବିଜେପି ର ତାଳଚେର ବିଧାନସଭା ନେତା ତଥା ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଙ୍କୁ ତାଳଚେର ରୋଡ଼ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ବନ୍ଦେ ଭାରତ ଏକ୍ସପ୍ରେସ ତାଳଚେର ରୋଡ଼ ରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରୁ ଓହ୍ଲାଇବା ପରେ ତାଙ୍କୁ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସମ୍ବର୍ଦ୍ଧନା ଜଣାଇଥିଲେ।ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ମନ୍ତ୍ରରେ ଚାଲୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନାରୀ ସଶକ୍ତିକରଣକୁ ଗତ ୨୧ ତାରିଖରେ ନୂଆ ସଂସଦ ଭବନର ଉଭୟ ରାଜ୍ୟସଭା ଓ ଲୋକସଭା ଗୃହରେ ଐତିହାସିକ ୧୨୮ତମ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ କରାଇ ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମହିଳା ମାନେ ସମ୍ବର୍ଦ୍ଧନା ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇ ଥିଲେ।ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆମ ଅଂଚଳ ଦେଇ ଚଲାଇ ଥିବାରୁ ଏବଂ ଏହାର ରହଣି ତାଳଚେର ରୋଡ଼ ରେ କରାଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଷ କରି ଯାହାଙ୍କ ପ୍ରୟାସ ରେ ଏହି କାର୍ଯ୍ୟ ସମ୍ପାଦନ ହୋଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି ନେତା କାଳନ୍ଦି ସାମଲ ଧନ୍ୟବାଦ ଦେଇଥିଲେ।ଓଡ଼ିଶାର ରତ୍ନ ବିକାଶର ସୂତ୍ରଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କା ଅନୁଦାନ ଦେଇ ଥିବା ବେଳେ,ରାଜପଥ, ଜଳପଥ, ରେଳପଥ ଏବଂ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରି ଆସୁଛନ୍ତି ବୋଲି ଶ୍ରୀ ସାମଲ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ସରପଞ୍ଚ ସହଦେଵ ସାହୁ,ରାଜେନ୍ଦ୍ର ସିଂହ, ହିମାଂଶୁ ସାହୁ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ସାହୁ,କୃଷକ ମୋର୍ଚ୍ଚା ପ୍ରଭାରୀ, ବିଭୁତି ସାହୁ,ପ୍ରାକ୍ତନ ସରପଞ୍ଚ ସନ୍ତୋଷ ମହାନ୍ତି, ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା, ବରୁଣ ସାହୁ, ନରେନ୍ଦ୍ର ସାହୁ,ଚାପିଲିନ ସାହୁ,ସୁଶାନ୍ତ ଦାସ, ତପନ ତ୍ରିପାଠୀ,ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶୋଭାଗିନୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ମିଲ୍ଲୀ ପ୍ରଧାନ, ସ୍ୱାଗତିକା ମହାନ୍ତି ଯସ୍ମୀନ ପ୍ରଧାନ,ସଂଯୁକ୍ତା ମହାରଣା, ଅଜୟ ସାହୁ ଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।