ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଦ୍ଵନ୍ଦ ଦେଖା ଦେଇଛି ।
ଆଜି ରବିବାର ସତ୍ତ୍ୱେ ନିର୍ବାଚନ ଦାଇତ୍ୱ ରେ ଥିବା ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପକ୍ଷରୁ ଦସ୍ତଖତ କରାଯାଇଥିବା ଦୁଇଟି ତାଲିକା ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ଲଗାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ବ୍ଲକ କାର୍ଯ୍ୟଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସାତ ଜଣ ଚୂଡାନ୍ତ ସମିତି ସଭ୍ୟ ପ୍ରାଥୀ ଙ୍କ ର ତାଲିକା ପ୍ରକାଶ କରାଯିବା ସହ ବ୍ଲକ କାର୍ଯ୍ୟଳୟ କାନ୍ତଃ ରେ ଲଗାଯାଇଥିଲା । ଯେଉଁଥିରେ ସମିତି ସଭ୍ୟ ପଦ ପାଇଁ ପ୍ରତିନିଧିତ୍ୱ କରୁଥିବା ରଞ୍ଜିତ କୁମାର ବିଶ୍ବାଳଙ୍କ ନାମ ଉଲ୍ଲେଖ ନଥିଲା । କିନ୍ତୁ ପ୍ରାୟ ଏକ ଘଣ୍ଟା ପରେ ତରବରିଆ ଭାବେ ସମ୍ପୃକ୍ତ ତାଲିକା କୁ ସେଠାରୁ ହଠା ଯାଇ ଆଉ ଏକ ତାଲିକା , ଯେଉଁଥିରେ ତାହା କୁ ପୁନଃ ଉକ୍ତ ସ୍ଥାନରେ ଲଗାଇ ଦିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ସନ୍ଧେହ ଉତ୍ପନ୍ନ ହୋଇଛି ।
ଏ ନେଇ ବ୍ଲକ କାର୍ଯ୍ୟଳୟ ପକ୍ଷରୁ ଘଟଣା କୁ ହାଲୁକା ଭାବରେ ନିଆଯିବା ସହ ଭୁଲ ବଶତଃ ସମ୍ପୃକ୍ତ ପ୍ରାଥୀ ଙ୍କ ନାମ ଉଲ୍ଲେଖ ହୋଇ ପାରି ନଥିବା ଓ ପରେ ଏ ନେଇ ଜଣା ପଡିବା ପରେ ତ୍ରୁଟି ସଂଶୋଧନ କରାଯାଇଥିବା ଗଣମାଧ୍ୟମ କୁ କୁହାଯାଇଛି ।
ସେପଟେ ସମ୍ପୃକ୍ତ ପ୍ରାଥୀ ଙ୍କ ପକ୍ଷରୁ ଦାଖଲ ହୋଇଥିବା ଦସ୍ତାବିଜ ଠିକ ନ ଥିବା ରୁ ତାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ବାଦ ଦିଆଯାଇଥିଲା , ତେବେ ଏ ନେଇ ଶାସକ ଦଳ ପକ୍ଷରୁ ଚାପ ପ୍ରୟୋଗ କରି ପୁନଃ ପ୍ରାଥୀ ଙ୍କ ନାମ କୁ ତାଲିକାଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି