Spread the love


ଅନୁଗୋଳ: ବିଶେଷ ଭାବେ ଗତ ଦୁଇ ଦିନ ହେବ ତାଳଚେର ଅଞ୍ଚଳରେ ବିଭିନ୍ନ ଖଣି କୁ ବନ୍ଦ କରାଯାଇଛି । ଫଳରେ ଜାତୀୟ ସମ୍ପତ୍ତି ନଷ୍ଟ ହେବା ସହ ବ୍ୟାପକ ରାଜସ୍ୱ କ୍ଷତି ହେଉଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ର ସମ୍ପାଦକ । ଖାଲି ସେତିକି ନୁହେଁ ଏଭଳି କରାଯିବା ଫଳରେ ତାଳଚେର କୁ ଆର୍ଥିକ ସ୍ତରରେ ଦୁର୍ବଳ କରାଯିବା ସହ , ଜିଲା ପ୍ରଶାସନ , ଏମସିଏଲ ଓ ତାଳଚେର ବିଧ୍ୟାୟକ ଅରାଯକତା ସୃଷ୍ଟି କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଶ୍ରୀ ସାମଲ ।
ଅନୁରୂପ ଭାବେ ତାଳଚେରର ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ଏଭଳି ଖଣି ବନ୍ଦ କୁ ତୀବ୍ର ବିରୋଧ କରିଛନ୍ତି । ଏହି କ୍ରମ ରେ ସେମାନେ ପ୍ରତିବାଦ ମଧ୍ୟ କରିଛନ୍ତି । ଏଭଳି ବାରମ୍ବାର ବନ୍ଦ ଫଳରେ ସେମାନଙ୍କ ଦୈନ ଦିନ ଜୀବିକା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଭୁବନେଶ୍ଵରୀ ମାଇନ୍ସ ନିକଟରେ ଥିବା କେତେକ ଜମିହରା ପ୍ରଜା ଙ୍କ ଘର କୁ ଏମ ସିଏଲ କତ୍ତୃପକ୍ଷ ପୋଲିସ ଉପସ୍ଥିତି ରେ ଭାଙ୍ଗି ଦିଆଯାଇଥିଲା , ଯଦିଓ ସମ୍ପୃକ୍ତ ଘର ଗୁଡିକ ରେ କେହି ବସବାସ କରୁନଥିଲେ , ତେବେ କ୍ଷତିଗ୍ରସ୍ତ ପ୍ରଜା ଙ୍କ ଏହି ଘର ଓ ଜମି ଗୁଡିକ ଖଣି ପାଇଁ ଅଧିଗ୍ରହଣ ସତ୍ତ୍ୱେ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ନେଇ ଅଭିଯୋଗ ହୋଇଛି । ବିନା କ୍ଷତିପୂରଣ ରେ ଘର ଭଙ୍ଗା ଯିବାକୁ ନେଇ ତାଳଚେର ର ବିଭିନ୍ନ ଖଣି କୁ ବନ୍ଦ କରାଯାଇଥିବା ନେଇ ଜଣାପଡିଛି ।

Leave a Reply

Your email address will not be published. Required fields are marked *