ଅନୁଗୁଳ: ଆଜି ଅନୁଗୁଳ ଷ୍ଟାଡିୟମ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ 350 ଜଣ ହିତାଧିକାରୀଙ୍କ ମଧ୍ୟରୁ 5 ଜଣଙ୍କୁ ହାତାହାତି ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଜିଗର ଅନୁଗୁଳ ଷ୍ଟାଡିୟମରେ ଅବତରଣ କରିବା ପରେ ପରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ ନବୀନ । ଉପସ୍ଥିତ ଜନତା ହୁଳହୁଳି ଏବଂ ସ୍ଲୋଗାନ ଦେଇ ନବୀନଙ୍କୁ ସ୍ୱାଗତ କରିଥିଲେ।ନବୀନ ମଧ୍ୟ ଅନୁରୂପ ଭାବେ ହାତ ଦେଖାଇ ଅଭିନନ୍ଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀ ବାଜିରାଉତ ଛାତ୍ରା ବାସ ଓ ତାଳଚେରର ପ୍ରଜା ମଣ୍ଡଳ ଆନ୍ଦୋଳନ ର ଭୂମିକା ଦେଶ ସ୍ବାଧୀନତା ରେ କିଭଳି ଅନ୍ୟତମ ଭୂମିକା ରହିଥିଲା ସେ ନେଇ ସ୍ମୃତି ଚାରଣ କରିଥିଲେ।
ସ୍ମାର୍ଟ କର୍ଡ଼ ବଣ୍ଟନ ସହ ୧୧୭୬ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୪୩୩ ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ବିଭାଗର ୬୫ ଟି ପ୍ରକଳ୍ପ,ଗ୍ରାମାଞ୍ଚଳ ବିକାଶର ୮୫ଟି ପ୍ରକଳ୍ପ,ଶିକ୍ଷା ପାଉଁ ୮୫,ଜଳସେଚନ ପାଇଁ ୮୫,କ୍ରୀଡା ପାଇଁ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ସମାରୋହରେ ବିଜ୍ଞାନ ଏବଂ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା,ଉପ-ବାଚସ୍ପତି ରଜନୀକାନ୍ତ ସିଂହ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ବିଜେଡି ନେତା ତଥା କଳାକାର କୁନା ତ୍ରିପାଠୀ ସଂଯୋଜନା ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏପରିକି କେତେକ ବିଜେଡି କାର୍ଯ୍ୟକର୍ତା ଙ୍କୁ ଭୋଲେଣ୍ଟିୟର ଭାବେ ଦାଇତ୍ୱ ସମ୍ପର୍ଣ୍ଣ କରୁଥିବା ଦେଖିବାକୁ ମିଳିଥିଲା ।