Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡ ତଥା ମହାନଦୀର ପ୍ରଖର ଜଳରାଶିରେ ଲାଗିଲା ଚେନ ଗେଟ । ବିଶେଷ ଭାବେ ଘଡ଼ିଆଳଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଚେନ ଗେଟର ବ୍ୟବସ୍ଥା କରାଯାଇଛି । ଫଳରେ ଗଣ୍ଡ ଜଳରେ ଏବେ ମାଛ ମାରିବା ଓ ଡଙ୍ଗା ଚଳାଚଳ ଉପରେ ରୋକ ଲଗାଇଛି ବନ ବିଭାଗ । ସମ୍ପ୍ରତି ବଳଦମରା ଘାଟ ରେ ଏହି ଚେନ ଗେଟ ଲଗାଯିବା ପରେ ଘଡ଼ିଆଳମାନଙ୍କ ସୁରକ୍ଷା ବ୍ୟବସ୍ଥା ଦୃଢ଼ୀଭୂତ ହୋଇଛି । ନିରୋଳା ପରିବେଶ ରେ ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ସଙ୍ଗମ ପରେ ମାଈ ଘଡ଼ିଆଳ ଅଣ୍ଡାଦାନ କରିଥାଏ । ଏବେ ସଂଗମ ର ସମୟ ଉପନୀତ ହୋଇଥିବାରୁ ସାତକୋଶିଆ ଗଣ୍ଡ ଅଞ୍ଚଳ ଉପରେ ତୀକ୍ଷନ ନଜର ରଖିଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ସାତକୋଶିଆ ରେ ଗତ ବର୍ଷ ର ଘଡ଼ିଆଳ ବଳଦମରା ର ପୁରୁଣା ପ୍ରାକୃତିକ ବସା ନିକଟରେ ଚଳ ପ୍ରଚଳ କରୁଛନ୍ତି । ସେହିପରି ସୁନାଖଣି ଅଞ୍ଚଳରେ ଆଉ ଏକ ଘଡ଼ିଆଳ ଯୋଡି ଙ୍କ ଉପସ୍ଥିତି ସୂଚନା ପାଇବା ପରେ ଅନୁରୂପ ଭାବେ ବନ ବିଭାଗ ସତର୍କତା ଅବଲମ୍ବନ କରିଛି । ଗଣ୍ଡ ଜଳରାଶି ରେ ନିରୋଳା ବାତାବରଣ ସୃଷ୍ଟି କରି ଘଡ଼ିଆଳ ମାନେ କିପରି ଅଣ୍ଡା ଦେବେ ସେଥିପ୍ରତି ବିଭାଗ ସଜାଗ ରହିଛି । ପଦକ୍ଷେପ ସ୍ୱରୂପ ଚେନ ଗେଟ ଲଗାଯାଇ କଟକଣା କଡା କରାଯାଇଛି ।

Leave a Reply

Your email address will not be published. Required fields are marked *