Angul News: ଅନୁଗୋଳରେ ଆଇ ଆଇ ଏମ୍ ର ସେଣ୍ଟର ଅଫ୍ ଏକ୍ସ୍ଲାନ୍ସ ପ୍ରତିଷ୍ଠା ନିମନ୍ତେ ଏକ କେନ୍ଦ୍ରୀୟ ଦଳ ଆଜି ଅନୁଗୋଳ ଜିଲ୍ଲା ପରିଦର୍ଶନ କରିଛନ୍ତି । କେନ୍ଦ୍ର ଊଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କେନ୍ଦ୍ରୀୟ ଦଳର ସଦସ୍ୟମାନେ ଅନୁଗୋଳ ତହସିଲ ଅନ୍ତର୍ଗତ ଛେଳିଆପଡା, ରାଗୁଡିପଡା, ବଡଦାଣ୍ଡ ସାହି ଓ ଛେଣ୍ଡିପଦା ତହସିଲ ଅନ୍ତର୍ଗତ କତଡା ଏବଂ ବଅଁରପାଳ ତହସିଲ ଅନ୍ତର୍ଗତ ବେଣାଗାଡିଆର ବିଭିନ୍ନ ଜାଗା ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରୀ, ଛେଣ୍ଡିପଦା ତହସିଲଦାର ଶ୍ରୀ ମାନସ ରଞନ ରାୟ, ବଅଁରପାଳ ତହସିଲଦାର ଶ୍ରୀ ରବିନାରାୟଣ ଆଚାର୍ଯ୍ୟ,ସହକାରୀ ଜିଲ୍ଲାପାଳ ଶ୍ରୀ ସୁକାନ୍ତ କୁମାର ସାହୁ ପ୍ରମୁଖ ଊପସ୍ଥିତ ଥିଲେ।