ଅନୁଗୁଳ(ସୁବ୍ରତ ପଟ୍ଟନାୟକ):ସ୍ୱାଧୀନତା ର ୭୫ବର୍ଷ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଅପରାହ୍ନ ରେ ଅନୁଗୁଳ ପହଂଚି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି | ମହୀଧରପୁର ଠାରୁ ଅନୁଗୁଳ ବିଜେପି କାର୍ଯ୍ୟକର୍ତା ମାନେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |ମନ୍ତୀ ଅନୁଗୁଳ ଆସି ମାଳତି ଚୌଧୁରୀ ଆଶ୍ରମ ପରିଦର୍ଶନ କରିଥିଲେ | ମନ୍ତ୍ରୀ ବାଜି ରାଉତ ଛାତ୍ରାବାସ ର ମୁଖ୍ୟ କ୍ରିଷ୍ଣା ମହାନ୍ତି ଙ୍କୁ ଭେଟିବା ସହ ମାଳତି ଦେବୀ ଙ୍କ ସମାଧି ପୀଠ ଵାପିନୁମା କୁଟୀର ପରିଦର୍ଶନ କରିଥିଲେ, ସେଠାରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଭେଟିଥିଲେ | ମନ୍ତ୍ରୀ ମାଉସୀ ମା ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ , ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ସନ୍ଧ୍ୟା 6ଟାରେ ପହଂଚି ଢେଙ୍କାନାଳ ଲୋକସଭାର ପ୍ରମୁଖ ନେତା ଓ କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିଥିଲେ ଏବଂ ଅନୁଗୁଳ ବିଧାନସଭା ର ପ୍ରମୁଖ କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ, ଢେଙ୍କାନାଳ ଲୋକସଭା କ୍ଷେତ୍ର ସଂଯୋଜକ ପ୍ରେମାନନ୍ଦ ଜେନା, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି,ବିଭୁତି ପ୍ରଧାନ, ଶତ୍ରୁଘନ ଜେନା,ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ବିଶ୍ୱଜିତ ମିଶ୍ର, ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |