Angul News: ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଡିସେମ୍ବର ୩ ତାରିଖରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି।ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କର ପ୍ରତିମୂର୍ତ୍ତି ତାଙ୍କର ନିଜ ଗ୍ରାମ ଗୁରୁଜାଙ୍ଗ ରେ ଅନାବରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେବେ।କେନ୍ଦ୍ରମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଜଗନ୍ନାଥ କଳାକେନ୍ଦ୍ର ରେ ଗୁରୁବାର ଦିନ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଳଚେର ମାଟିରେ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପଂଚାୟତ ସ୍ତରରେ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ହୋଇଛି।ସମସ୍ତ କାର୍ଯ୍ୟକର୍ତା ଡିସେମ୍ବର ୩ ତାରିଖରେ ସକାଳ ୮ ଟା ମଧ୍ୟରେ ଗୁରୁଜାଙ୍ଗ ରେ ପହଞ୍ଚିବା କୁବୈଠକରେ ନିଷ୍ପତ୍ତି ହୋଇଛି।କେନ୍ଦ୍ରମନ୍ତ୍ରୀ ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଆଜିର ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ରତ୍ନାକର ସାହୁ, ରାଜେନ୍ଦ୍ର ସିଂହ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ,ପର୍ଶୁରାମ ବାରିକ, ପେସ୍କାର ଗଡ଼ନାୟକ, ମନୋଜ ପ୍ରଧାନ, ବିଭୁତି ସାହୁ, ନରେଶ ଚନ୍ଦ୍ର ବେହେରା, ବରୁଣ ସାହୁ, ଲୋକନାଥ ସାହୁ, ନରେନ୍ଦ୍ର ବେହେରା, ଦେବେନ୍ଦ୍ର ବାରିକ,ସହଦେଵ ସାହୁ, ପ୍ରଶାନ୍ତ ଦାସ, ଶୋଭାଗିନୀ ପ୍ରଧାନ,ସଂଯୁକ୍ତା ମହାରଣା, ମିଲ୍ଲୀ ପ୍ରଧାନ, ଯସ୍ମୀନ ପ୍ରଧାନ,ଅଜୟ ଗୋଛାୟତ,ଙ୍କ ସମେତ ସମସ୍ତ ୬ ଟି ମଣ୍ଡଳ ର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।