Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସମ୍ବଲପୁର, ଅନୁଗୁଳ, ତାଳଚେର ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ରେଳ ବିଭାଗ ପକ୍ଷରୁ ଭେଟି।
ଆସନ୍ତା ନଭେମ୍ବରରୁ ଏହି ସବୁ ସ୍ଥାନ ଦେଇ କଲିକତା ଅଭିମୁଖେ ଯାତ୍ରା କରିବ ନୂଆ ଟ୍ରେନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବା ଅବସରରେ ଅନୁଗୁଳ ଷ୍ଟେସନରେ ଗଣମାଧ୍ୟମ କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ , ଅନୁଗୁଳ , ତାଳଚେର ଓ ଢେଙ୍କାନାଳ ପାଇଁ ରେଳ ବିଭାଗ ପକ୍ଷରୁ ପ୍ରାୟ ୨୫୦୦ କୋଟି ଟଙ୍କା ବିନିମୟରେ ବିଭିନ୍ନ ପ୍ରକଳ୍ପ ହେବ । ଯାହାକୁ ଅନୁମୋଦନ କରିଛନ୍ତି ଉଭୟ ରେଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଏହାଛଡା ନୂତନ ଭାବେ ତାଳଚେର ଷ୍ଟେସନ ରୁ ଏଫସିଆଇ ଓ ନାଲକୋ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଏକ ପାସେଞ୍ଜର ଟ୍ରେନ ଖୁବ ଶ୍ରୀଘ ଚାଲୁ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଆଜି ଦିନିକିଆ ଅବିଭକ୍ତ ଢେଙ୍କାନାଳ ଯିଲ ଗସ୍ତ ରେ କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିନିକିଆ ଗସ୍ତ କ୍ରମରେ ଶ୍ରୀ ପ୍ରଧାନ ସକାଳୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରଥମେ ମଞ୍ଚେଶ୍ୱର ରୁ ବାହାରି ତାଳଚେର ରୋଡ଼ ଠାରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ୧୫ ମିନିଟ କାଳ ରେଳ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ ଶ୍ରୀ ପ୍ରଧାନ । ଏହି ସମୟରେ ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତା ଓ ସ୍ଥାନୀୟ ଲୋକ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା ।।ପରେ ଅନୁଗୁଳ , ବଳରାମ , ତାଳଚେର , ସୁନାଖଣି ଓ ବୁଢ଼ାପଙ୍କ ରେଳ ଷ୍ଟେସନ ରେ ପହଁଞ୍ଚୀ ସମୀକ୍ଷା କରିଥିଲେ ଶ୍ରୀ ପ୍ରଧାନ। ଏହା ସହ ଅନୁଗୁଳ ଷ୍ଟେସନ ଠାରେ ଏସଡିଆରଏମ ଙ୍କ କାର୍ଯ୍ୟାଳୟ ରେ ମନ କି ବାତ କାର୍ଯ୍ୟକ୍ରମ ଦେଖିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ସହ ତାଳଚେର ଅନୁଗୁଳ ଲୁପ ଲାଇନ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିବ। ସହ ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଷ୍ଟେସନ ପରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଷ୍ଟେସନ ପରିଦର୍ଶନ ରେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେପଟେ ବିଭିନ୍ନ ଷ୍ଟେସନ ପରି ତାଳଚେର ଷ୍ଟେସନ ରେ ମଧ୍ୟ ମାଟି ର ପୁଅ ଧର୍ମେନ୍ଦ୍ର ଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *