ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଏମିତି ଚାଲିଛି ନିର୍ବାଚନ ପ୍ରକ୍ରିୟା । ଭୋଟର ତାଲିକା ରେ ନା ସଂଯୋଗ କରେଇଦେବା ପାଇଁ ଲାଞ୍ଚ ମାଗୁଛନ୍ତି ସରକାରୀ ଅଧିକାରୀ । ଖୋଦ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା କ୍ରମରେ ପ୍ରମୁଖ ଦାଇତ୍ୱ ନେଇଥିବା ଜିଲା ପଞ୍ଚାୟତ ଅଧିକାରୀ ମାଗୁଛନ୍ତି ଲାଞ୍ଚ । ଏଭଳି କିଛି ଅଭିଯୋଗ ଆସିଛି ଅନୁଗୁଳ ଜିଲା ତାଳଚେର ବ୍ଲକ ଅଞ୍ଚଳରୁ ।
ଅଭିଯୋଗ ଅନୁସାରେ ଅନଗୁଳ ଜିଲା ତାଳଚେର ବ୍ଲକ ହେଁସମୂଳ ପଞ୍ଚାୟତର ସରପଞ୍ଚ ଆଶାୟୀ ପ୍ରାର୍ଥୀ ସସ୍ମିତା ପ୍ରଧାନ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହେବାକୁ ସମସ୍ତ କାଗଜପତ୍ର ପ୍ରସ୍ତୁତି କରିଥିଲେ । କିନ୍ତୁ ତାଙ୍କ ନାମ ପଞ୍ଚାୟତ ଭୋଟର ତାଲିକାରେ ନଥିଲା ।ଘଟଣା ସମ୍ପର୍କରେ ସସ୍ମିତାଙ୍କ ସ୍ୱାମୀ ମୁନା ପ୍ରଧାନ ତାଳଚେର ବ୍ଲକ ଜିପିଇଓ ଭାସ୍କର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ ଜିପିଇଓ ମୁନା ପ୍ରଧାନଙ୍କୁ କହିଥିଲେ କିଛି ଖର୍ଚ୍ଚ ଧରିକି ଆସ ତୁମ ନାମ ଭୋଟର ତାଲିକାରେ ଯୋଡି ଦିଆଯିବ ଆଉ ତୁମେ ସରପଞ୍ଚରେ ଛିଡା ହେଇପାରିବ ବୋଲି କହିଥିଲେ ବୋଲି ଉଭୟ ଦମ୍ପତ୍ତି ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ଜିପିଓ ଭାସ୍କର ବେହେରା ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।