Angul News: ଢେଙ୍କାନାଳ: ଆଠମଲ୍ଲିକ ଯଦୁପୁର ଗ୍ରାମରେ ହାତୀଦାନ୍ତ ଡିଲକରୁଥିବା ସମୟରେ ଭୁବନେଶ୍ୱରରୁ ଆସିଥିବା STF ଟିମ ବିଶେଷ ସୂତ୍ରରୁ ଖବର ପାଇ ଡିଲ ଚାଲିଥିବା ସମୟରେ ପହଂଚି ପଡ଼ିଥିଲେ I ଫଳରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟମାରି ଫେରାର ହୋଇ ଯାଇଥିବା ବେଳେ ଦୁଇ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି STF ଟିମ I ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରାଯାଇଛି I ତେବେ STF ଟିମ ଏନେଇ ଅଧିକ ତଦନ୍ତ ଚଲାଇଥିବାବେଳେ ଏହାର ପ୍ରେସ ମିଟ ଭୁବନେଶ୍ୱରରେ ରଖାଯିବାର ସୂଚନା ଦେଇଛନ୍ତି I
