ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡରେ ଚଳିତ ବର୍ଷ ବ୍ଲାକ ଷ୍ଟର୍କ ନାମକ ଏକ ନୂତନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଛି । ଚଳିତ ମାସ ରେ ହୋଇଥିବା ପକ୍ଷୀ ଗଣନା ସମୟରେ ଏହି ବିଦେଶାଗତ ପକ୍ଷୀ ଗଣନା କାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଶେଷ ଭାବେ ପ୍ରତ୍ୟକ ବର୍ଷ ଶୀତ ଋତୁ ରେ ଅନେକ ବିଦେଶାଗତ ପକ୍ଷୀ ମାନଙ୍କର ଆଗମନ ହୋଇଥିବା ବେଳେ ଚଳିତ ବର୍ଷ ଏହି ବ୍ଲାକ ଷ୍ଟୋକ ପକ୍ଷୀ ର ଆଗମନ ପକ୍ଷୀ ପ୍ରେମୀ ଙ୍କ ମଧ୍ୟରେ ଖୁସି ଆଣି ଦେଇଛି । ସୂଚନା ଅନୁଯାୟୀ ଏହି ପ୍ରଜାତିର ପକ୍ଷୀ ମାନେ ଉଭୟ ଉତ୍ତର ଭାରତ ସମେତ ୟୁରୋପ ର ଜଳାଶୟ ରେ ଦୃଶ୍ୟମାନ ହୋଇଥାନ୍ତି । ଏମାନଙ୍କର ଉଚ୍ଚତା ପ୍ରାୟତଃ ୯୫ ରୁ ୧୦୦ ସେମି ପର୍ଯ୍ୟନ୍ତ ହୋଇଥାଏ । ଲମ୍ବା ନାଲି ଥଣ୍ଟ ବିଶିଷ୍ଟ ଏହି ପକ୍ଷୀ ଉଭୟ କଳା ଓ ଧଳା ରଙ୍ଗର ହୋଇଥାନ୍ତି । ଚଳିତ ବର୍ଷ ଏକମାତ୍ର ବ୍ଲାକ ଷ୍ଟୋକ ପକ୍ଷୀ ଦୃଶ୍ୟମାନ ହୋଇଥିବା ଜଣାପଡିଛି ।