ଅନୁଗୁଳ : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଜେପି ଅନୁଗୁଳ ମହିଳା ମୋର୍ଚ୍ଚା ତରଫରୁ ପାଳିତ ହୋଇଛି |ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ଭାରତୀୟ ସେନା ରେ ଥିବା ଯବାନ ମାନଙ୍କୁ ରାକ୍ଷୀ ପିନ୍ଧାଇ ସେମାନଙ୍କର ସୁରକ୍ଷା କାମନା କରିଥିଲେ |ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାନେତ୍ରୀ ଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା
ପ୍ରତିମା ମିଶ୍ର, ରୋଜାଲିନ ଦାସ, ଶୁଚିସ୍ମିତା ତ୍ରିପାଠୀ, ନମିତା ଦଳବେହେରା, ସୁଜାତା ଦାସ, ଅପର୍ଣ୍ଣା ସାହୁ, ହେମାକାନ୍ତି ରଥ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ
