Angul News: ତାଳଚେର: ବିଜେପିର ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ବାରୁଆଁ ଠାରେ ଅନୁଷ୍ଠିତ ହୋଇଯାଇଛି।ପାର୍ଲ୍ୟାମେଣ୍ଟ ସଂଯୋଜକ ପ୍ରେମାନନ୍ଦ ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ ଉପ ସଭାପତି ତଥା ପାର୍ଲ୍ୟାମେଣ୍ଟ ପ୍ରଭାରୀ ଗୋଲଖ ମହାପାତ୍ର ଯୋଗଦେଇ ବିଜେପି ନେତା ମାନେ ଗାଁ ଗାଁ ବୁଲି ମୋଦି ସରକାର ଙ୍କର ବିଭିନ୍ନ ଯୋଜନାରେ ଲାଭର୍ଥୀ ଙ୍କୁ ଘରେ ଘରେ ଯାଇ ଭେଟିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୯ ବର୍ଷରେ ରାଜ୍ୟ କୁ ୧୮ଲକ୍ଷ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଦେଇଛନ୍ତି।
ମୋଦି ସରକାରଙ୍କର ଯୋଜନାକୁ ରାଜ୍ୟ ସରକାର ନିଜସ୍ୱ ଯୋଜନା କହି ଲୋକଙ୍କୁ ଠକି ଚାଲିଛି, ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଋଣ କରୁଥିବା ରାଜ୍ୟ ସରକାର ମିଛଟାରେ ବାହାଦୁରୀ ମାରୁଛି, ଯାହାବି ବିକାଶ ମୂଳକ କାର୍ଯ୍ୟ ରାଜ୍ୟରେ ଚାଲିଛି ସବୁ କେନ୍ଦ୍ର ମୋଦି ସରକାର ଦେଉଥିବା ଅର୍ଥରେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗଦେଇ ଆଗାମୀ ଦିନର ଯୋଜନା ଉପରେ ସାଙ୍ଗଠନିକ ଆଲୋଚନା କରିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସୂଚୀ ଘରେ ଘରେ ପହଞ୍ଚାଇବା ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ବିଜେପି ନେତାମାନେ ଗାଁକୁ ଚାଲ ଅଭିଯାନରେ ସାମିଲ ହୋଇ ମୋଦି ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଉପରେ ଲୋକଙ୍କୁ ସଚେତନ କରାଇବା ଉପରେ ନିଷ୍ପତ୍ତି ନିଆଯାଇଥିଲା। ପାଲଲହଡା ନିର୍ବାଚନ ମଣ୍ଡଳୀର ସିଲଲିଂ ଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୁଇବର୍ଷ ପୂର୍ବରୁ ଅନୁଗୁଳଠାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବେଳେ ଉକ୍ତ ବ୍ରିଜ କାର୍ଯ୍ୟ ଉଦଘାଟନ ଓ ଶେଷ ହୋଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା ବେଳେ ଆଜି ପୁନଶ୍ଚ କିଭଳି ତାହା ପୂର୍ତ୍ତ ମନ୍ତ୍ରୀ ଶୁଭ ଦେଇଛନ୍ତି।
ବାସ୍ତବରେ ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇନାହିଁ,ତାହା ଉପରେ ବିଜେପି ମିଛୁଆ ରାଧୁଆ ସରକାର ର ପୋଲ ଖୋଲି ଯାଇଛି ବୋଲି ପ୍ରକାଶ କରିଛି।ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର,ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଭୁତି ପ୍ରଧାନ,ଶତ୍ରୁଘନ ଜେନା, ପ୍ରତିମା ମିଶ୍ର, ନିରୋଜ ନଳିନୀ ମହାଳିକ, ବିସ୍ତାରକ ପ୍ରଦୀପ ବିଶ୍ୱାଳ ଙ୍କ ସମେତ ସମସ୍ତ କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ।