ଅନୁଗୋଳ: ଦୀର୍ଘ ଦିନ ର ବ୍ୟବଧାନ ପରେ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମ ସାମ୍ନା କୁ ଆସି ନିଜେ ନିଜେ ନିଜକୁ କ୍ଲିନଚିଟ ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ । ଶ୍ରୀ ସାମଲ କହିଛନ୍ତି ମନ୍ତ୍ରୀ ନିଜ ସାର୍ଟିଫିକେଟ ନିଜେ ନ ଦିଅନ୍ତୁ । ମନ୍ତ୍ରୀ ନିଜେ ଅଭଯୁକ୍ତ ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଶ୍ରୀ ସାମଲ । ସେପଟେ ଆଜି ମନ୍ତ୍ରୀ ଙ୍କୁ ଗିରଫ ଦାବି ତାଳଚେର ବିଜେପି ମଣ୍ଡଳ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବିରୁଦ୍ଧରେ ଏକ ଏତଲା ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଙ୍କ ନେତୃତ୍ୱରେ ତାଳଚେର ଥାନା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି ।
ଏହା ପୂର୍ବରୁ ତାଳଚେର ଥାନା ସମ୍ମୁଖରେ ବିଜେପି ମଣ୍ଡଳ ପକ୍ଷରୁ ଏକ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ତାଳଚେର ବିଜେପି ର ସମସ୍ତ କାର୍ଯ୍ୟକର୍ତା ଙ୍କ ପକ୍ଷରୁ ତୁରନ୍ତ ମନ୍ତ୍ରୀ ଙ୍କ ଉଭୟ ଗିରଫଦାରୀ ଓ ବହିଷ୍କାର ଦାବି କରାଯାଇଥିଲା ।
ପର୍ଯ୍ୟାୟ କ୍ରମେ ବରିଷ୍ଠ ନେତୃବୃନ୍ଦ ମାନେ ମହାଲିଂ ଘଟଣା ର ତୀବ୍ର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଅହେତୁକ ନୀରବତା କୁ କଟୁ ସମାଲୋଚନା କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ନହେବା ପର୍ଯ୍ୟନ୍ତ ବିଜେପି ଚୁପ ହୋଇ ବସିବ ନାହିଁ ବୋଲି ନେତୃବୃନ୍ଦ ଙ୍କ ସମେତ କାର୍ଯ୍ୟକର୍ତା ମାନେ କହିଥିଲେ ।