ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ପାଣିଓଳା ଗ୍ରାମରେ ବ୍ରହ୍ମଲୀନ ସ୍ୱାମୀଜୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଆଶ୍ରମ ଅଛି।ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କୋଟର ହିନ୍ଦୁବାଦୀ ସନ୍ୟାସୀ ଥିଲେ ଏବଂ ସାରା ରାଜ୍ୟରେ ତାଙ୍କର ବିଭିନ୍ନ ସ୍ଥାନରେ ଲୋକ ହିତରେ ଉଦ୍ଧିଷ୍ଟ ଆଶ୍ରମ, ସ୍କୁଲ, ମାନ ରହିଛି।ସ୍ୱାମୀଜୀ ଜୀବିତ ଥିବା ସମୟରେ ଏଠାକୁ ସବୁବେଳେ ଆସି ରହୁଥିଲେ।ମଙ୍ଗଳବାର ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଏବଂ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ର ଡ଼ାଇରେକ୍ଟର କାଳନ୍ଦୀ ସାମଲ ଉକ୍ତ ଆଶ୍ରମ କୁ ବୁଲି ଦେଖିଛନ୍ତି। ଆଶ୍ରମର କିଭଳି ଉର୍ଣ୍ଣତି ମୂଳକ କାର୍ଯ୍ୟ ହୋଇ ପାରିବ ସେ ବିଷୟରେ ସ୍ଥାନୀୟ ଅଧିବାସୀ ମାନେ ଅବଗତ କରାଇଥିଲେ।ପାଣିଓଳା ରେ ରହୁଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାକ୍ତନ ପ୍ରାନ୍ତ ସହ ସଂଘ ଚାଳକ ଶିକ୍ଷାବିତ ହେମନ୍ତ କୁମାର ଧର ଙ୍କ ଘରକୁ ଯାଇ ବିଜେପି ନେତା ମାନେ ତାଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ।ଗ୍ରାମରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ।ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ତଥା ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ଉପସ୍ଥିତ ଥିଲେ।