ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଆଜି ରବିବାର ତାଳଚେରରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ତାଳଚେର ବିଧାନସଭା କ୍ଷେତ୍ରର ସମସ୍ତ ଛଅଟି ମଣ୍ଡଳ, ବିଭିନ୍ନ ପଂଚାୟତର କାର୍ଯ୍ୟକର୍ତ୍ତାମାନେ ଶହଶହ ସଂଖ୍ୟାରେ ଆସି ଅଭିନନ୍ଦନ ଦେବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ରାଜେଶ ଦଳେଇ, ଅଜୟ ସାହୁ, ଓ ଦୀପକ ଦାସ, ସରପଞ୍ଚ ସହଦେବ ସାହୁ ଓ ନରେଶ ଚନ୍ଦ୍ର ବେହେରା, ଖଇରା ପ୍ରଧାନ, ସନ୍ତୋଷ କୁମାର ମହାଶୂପକାର, ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜୟ ଗୋଛାୟତ, ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁ, ଙ୍କ ସମେତ ବହୁ କାର୍ଯ୍ୟକର୍ତା ସମ୍ବର୍ଦ୍ଧନା କରିଥିଲେ।
