ଅନୁଗୁଳ : ବିକଶିତ ଭାରତ ବିକଶିତ ଓଡିଶା 2047 ଓ 2036 ଲକ୍ଷ ନେଇ ଡବଲ ଇଂଜିନ ସରକାର କାର୍ଯ୍ୟରତ |କୃଷକ, ଶ୍ରମିକ, ଗରିବ, ଯୁବକ ଓ ମହିଳା ଙ୍କ ପାଇଁ ବିଜେପି ସରକାର ସମର୍ପିତ |11 ବର୍ଷର ମୋଦି ସରକାର ସେବାକୁ ସଂକଳ୍ପ, ସୁଶାସନ କୁ ସଂକୃତି, ସୁରକ୍ଷା କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ଏହାହିଁ ନୁଆଁ ଭାରତ, ଏହାହିଁ ବିଶ୍ୱର ବିଶ୍ୱାସ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କେନ୍ଦ୍ର ମୋଦି ସରକାର ର 11 ବର୍ଷ ଓ ରାଜ୍ୟ ମୋହନ ସରକାର ର 01 ବର୍ଷ ଉପଲକ୍ଷେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି | ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ବାସୀ ଙ୍କର ଆଶା ଆକାଂକ୍ଷା କୁ ପୂରଣ କରିବା ଦିଗରେ ଡବଲ ଇଂଜିନ ବିଜେପି ସରକାର କାର୍ଯ୍ୟ ରତ ବୋଲି ମନ୍ତ୍ରୀ କହିଛନ୍ତି |ରାଜ୍ୟ ରେ ମୋହନ ସରକାର ଏକ ବର୍ଷରେ ବିଜେପି ନିର୍ବାଚନ ସମୟରେ ସଂକଳ୍ପ ପତ୍ରରେ ସ୍ଥାନିତ କରିଥିବା 11 ଟି ପ୍ରତିଶୃତି ଆଜି ପୂରଣ କରିଛି |ଶ୍ରୀ ମନ୍ଦିର ର ଚାରି ଦ୍ୱାର ଖୋଲା, ରତ୍ନ ଭଣ୍ଡାର ଖୋଲି ଗଣନା, ମହିଳା ଙ୍କ ପାଇଁ ସୁଭଦ୍ରା ଯୋଜନା ରେ 5 ବର୍ଷରେ 50 ହଜାର, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲୁ କରି ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ, ଓଡ଼ିଆ ଅସ୍ମିତା ଜଗନ୍ନାଥ ପରମ୍ପରା ମଠ ମନ୍ଦିର ର ଉର୍ନ୍ନତି, 2036 ପାଇଁ ଯୁବ ପ୍ରତିଭା ଙ୍କୁ ପ୍ରୋତ୍ସାହନ 27382 ନିଯୁକ୍ତି, ସବୁ ଜିଲ୍ଲା ରେ ଶିଳ୍ପ ଅଭିବୃଦ୍ଧି ପାଇଁ 17 ଲକ୍ଷ କୋଟି ର ପୁଞ୍ଜି ନିବେଶ,ଲକ୍ଷ ଲକ୍ଷ ଯୁବକଙ୍କୁ ଆତ୍ମନିର୍ଭର କରିବା ଲକ୍ଷ, 800 ଟଙ୍କା କ୍ୱିଣ୍ଟାଲ ପିଛା 800 ବୋନସ ଦେଇ ଚାଷୀ ଙ୍କ ଧାନ 3100 ରେ କିଣିବା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 36 ଲକ୍ଷ ଚାଷୀ ଙ୍କୁ 19 ହଜାର କୋଟି ଋଣ ପ୍ରଦାନ, 314 ବ୍ଲକ ରେ ଷ୍ଟାଡିୟମ ନିର୍ମାଣ, ପଛୁଆ ବର୍ଗ ଙ୍କ ପାଇଁ 11.25 ପ୍ରତିଶତ ସଂରକ୍ଷଣ, ଚାକିରୀ ବୟସ ସୀମା 42 କୁ. ବୃଦ୍ଧି, ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତ ରେ ଗୋଟିଏ ଆଦର୍ଶ ବିଦ୍ୟାଳୟ, ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରେ 3.46 କୋଟି ଲୋକଙ୍କ ପାଇଁ 5 .ଲକ୍ଷ ଓ ମହିଳା ଙ୍କ ପାଇଁ 10 ଲକ୍ଷ ର ସ୍ୱାସ୍ଥ୍ୟ ଚିକିତ୍ସା, 70 ବର୍ଷ ରୁ ଉର୍ଦ୍ଧ ସମସ୍ତ ଙ୍କ ପାଇଁ 5 ଲକ୍ଷ ର ଚିକିତ୍ସା ସୁବିଧା, ସବୁ ଜିଲ୍ଲା ରେ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରୟାସ 80 ବର୍ଷରୁ ଉର୍ଦ୍ଧ ଓ 80ସତକଡା ଦିବ୍ୟାଙ୍ଗ ଙ୍କ ପାଇଁ 3500 ମାସିକ ଭତା 16!ଲକ୍ଷ ରୁ ଉର୍ଦ୍ଧ ଲକ୍ଷପତି ଦିଦି ସୃଷ୍ଟି ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ମାନ ରାଜ୍ୟ ସରକାର କରିଛନ୍ତି ବୋଲି ସେ କହିଥିଲେ |ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ର ସରକାର ଙ୍କର 11 ବର୍ଷ ରେ ଅପରେସନ ସିନ୍ଦୂର, ଆତଙ୍କ ବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ବିଶ୍ୱର ଚତୁର୍ଥ ଅର୍ଥନୀତି, ଡିବିଟି ମାଧ୍ୟମରେ 55 କୋଟି ଗରିବ ଲୋକଙ୍କୁ ଆର୍ଥିକ ସହାୟତା, 27 କୋଟି ଗରିବ ରୁ ମୁକ୍ତ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ରେ 93000 କୋଟି ବିନିମୟ ରେ 112 ସିଂଚାଇ ପ୍ରକଳ୍ପ, ମାତୃତ୍ୱ ଛୁଟି 26!ସପ୍ତାହ, 10 କୋଟି ରୁ ଅଧିକ ମହିଳା 90 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ, 23 ଟି ଏମ୍ସ, 8 ଟି ଆଇ ଆଇ ଟି, 490 ଟି. ନୁଆଁ ବିଶ୍ୱ ବିଦ୍ୟାଳୟ, ସ୍ଥାପନ ଜାତୀୟ ଶିକ୍ଷାନୀତି 2020 ଲାଗୁ, ଆୟୁଷ୍ମାନ ଯୋଜନା, ରାଜପଥ, ରେଳପଥ, ଆକାଶ ପଥ ସବୁ କ୍ଷେତ୍ରରେ ଉଲେଖନୀୟ ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଥିଲେ |ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଆଜିର ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ କେନ୍ଦ୍ର ରାଜ୍ୟ ସହ ଜିଲ୍ଲା ର ବହୁ ଉର୍ନ୍ନୟନ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ତଥ୍ୟ ସହ ପ୍ରକାଶ କରିଥିଲେ |ଦୀର୍ଘ 24 ବର୍ଷ ମଧ୍ୟରେ ଯାହା ହୋଇ ପାରି ନଥିଲା ବିଜେପି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ଏବେ ତାହା ହୋଇପାରିଛି ବୋଲି ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପ୍ରମୁଖଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ |