Spread the love

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୌରାଞ୍ଚଳ ରେ ବିଭିନ୍ନ ସମସ୍ୟା ଲାଗି ରହିଛି |ତାଳଚେର, ଅନୁଗୁଳ ଓ ଆଠମଲ୍ଲିକ ପୌର ପରିଷଦ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ନେଇ ଗୁରୁବାର ରାଜ୍ୟ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ଭେଟି ଦାବୀ ଉପସ୍ଥାପନ କରିଛନ୍ତି ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ |ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ରେ କାର୍ଯ୍ୟରତ ଅବସର ପ୍ରାପ୍ତ ପୌର କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ସେମାନଙ୍କର ଅବସର କାଳୀନ ଗ୍ରାଚ୍ୟୁଟି ଅର୍ଥ ଅଦ୍ୟାବଧି ନପାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବା, ଦୀର୍ଘ 30 ବର୍ଷ ଧରି ପୌର ପରିଷଦ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ରେଗୁଲାର କରିବା, ସମସ୍ତ ପୌରାଞ୍ଚଳ ର ସ୍ଵରେଜ ବ୍ୟବସ୍ଥା ଠିକ କରିବା, ତାଳଚେର ଟାଉନ ହତା ର ପୁନଃରୁଦ୍ଧାର କରିବା, ବିଭିନ୍ନ ପୌରାଞ୍ଚଳ ରେ ଆବଶ୍ୟକ ଅନୁଯାୟୀ କଲ୍ୟାଣ ମଣ୍ଡପ ନିର୍ମାଣ କରିବା, ଆଠମଲ୍ଲିକ ଏନ ଏ ସି ରେ ପର୍ଯ୍ୟାପ୍ତ ପରିମାଣ ରେ ଷ୍ଟ୍ରିଟ ଲାଇଟ ଲଗାଇବା ଆଦି ଦାବୀ ନେଇ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏକ ଦାବୀ ପତ୍ର ମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି |ଜିଲ୍ଲା ସଭାପତି ଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ଦିଲ୍ଲୀପ ଦାସ, ଓ କୀଟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ 

Leave a Reply

Your email address will not be published. Required fields are marked *