Spread the love

ଅନୁଗୁଳ: ଅନୁଗୁଳରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଠାକୁର ବୋଲି ସମ୍ବୋଧନ କରିବା ପ୍ରସଙ୍ଗ ରେ ଅନୁଗୁଳ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ସମ୍ପୃକ୍ତ ପ୍ରସଙ୍ଗରେ କ୍ଷମା ପ୍ରାଥନା କରିବାକୁ ଦାବି କରିଛି ବିଜେପି , ଏହି କ୍ରମରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି ଅବିସି ମୋର୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସ୍ଥାନୀୟ ଥାନା ଛକ ଠାରେ ବିଜେପି କାର୍ଯ୍ୟକର୍ତା ମାନେ ପ୍ରତିବାଦ କରିବା ସହ ଉପବାଚସ୍ପତି ରଜନୀ ଙ୍କ ର କୁଶପୁତଳିକା ଦାହ କରିଛନ୍ତି । ନବୀନ ଙ୍କୁ ଓଡିଶା ବାସୀ ଙ୍କ ଠାକୁର କହି ଏକ ପ୍ରକାର ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା ଦଳ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *