Spread the love

ଅନୁଗୁଳ :ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କୋର କମିଟି ବୈଠକ ରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା |ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ୱାନ ନେସନ ୱାନ ଇଲେକ୍ସନ ଏବଂ ୱାକଫ ବୋର୍ଡ ବିଲ ଉପରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଅନୁଗୁଳ ଜିଲ୍ଲା ରେ ବୁଦ୍ଧିଜୀବୀ ଏବଂ ସମସ୍ତ ବର୍ଗର ଲୋକଙ୍କୁ ନେଇ ସମ୍ମିଳନୀ କରାଯିବ |ଆଗାମୀ 4 ତାରିଖ ରେ ୱାକଫ ବୋର୍ଡ ବିଲ ଉପରେ ଏବଂ ଆଗାମୀ 7 ତାରିଖ ରେ ୱାନ ନେସନ ୱାନ ଇଲେକ୍ସନ ଉପରେ ସମ୍ମିଳନୀ ଅନୁଷ୍ଠିତ ହେବ |ଜିଲ୍ଲାର ସମସ୍ତ ବୁଥ କମିଟି ମଣ୍ଡଳ କମିଟି ଆଗାମୀ 15 ତାରିଖ ସୁଦ୍ଧା ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |ଆଜିର ବୈଠକ ରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ସୁଦିପ ଗଡ଼ନାୟକ ,ବିଜୟ ମାଝୀ, ବିଶ୍ୱଜିତ ମିଶ୍ର, ପର୍ଶୁରାମ ବାରିକ, ଚିତ୍ତରଞ୍ଜନ ମେହେର, ପ୍ରଭାତ ପ୍ରଧାନ, ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *