Angul News: ତାଳଚେର: ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ଆସନ୍ତା ଜାନୁଆରୀ ଏକ ତାରିଖ ରେ ତାଳଚେର ଆଗମନ କାର୍ଯ୍ୟକ୍ରମ ରହିଛି |ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ଜାନୁଆରୀ ଏକ ତାରିଖ ଦିନ ତିନିଟା ରେ ଏକ ବିଶାଳ ହିନ୍ଦୁରାଷ୍ଟ ମହାଧିବେଶନ ରେ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ |ସେହି ହିନ୍ଦୁରାଷ୍ଟ ମହାଧିବେଶନ ସ୍ଥାନ ଦେଉଳବେଡା ଦୁର୍ଗାମଣ୍ଡପ ପଡିଆଠାରେ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ଏକ ଯଜ୍ଞ ସହ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ର ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି |ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦ ତଥା ସ୍ୱାଗତ ସମିତି ର ସମସ୍ତ ସଦସ୍ୟ ଏବଂ ସମସ୍ତ ଶ୍ରଦ୍ଧାଳୁ ମାନେ ଯୋଗ ଦେବାକୁ ସେବା ସଚିବ ବରୁଣ କୁମାର ସାହୁ, ସଂଯୋଜକ ପର୍ଶୁରାମ ବାରିଜ, ଆଦିତ୍ୟ ବାହିନୀ ର ସଭାପତି ବୃନ୍ଦାବନ ବେହେରା, ଜଗଦୀଶ ମିଶ୍ର, ବିଜୟ କୁମାର ସାହୁ, ତାପସ ସାହୁ, ମିଲୁ ସାହୁ, ଜ୍ୟୋତିର୍ମୟ ରଥ, ଅଭୟ ପାଣି, ଅନ୍ତର୍ଯ୍ୟାମୀ ସାହୁ, ବବଲୁ ସାହୁ, ଅମୁଲ୍ୟ ସାହୁ, ଇଲୁ ସାହୁ ପ୍ରମୁଖ ସଦସ୍ୟ ନିବେଦନ କରିଛନ୍ତି |