ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବାରୁଆଁ ପାହାଡ଼ ଟନେଲ ନିକଟରେ ପୁର୍ବତଟ ରେଳପ୍ରକଳ୍ପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନା କରାଯାଇଥିଲା। ଆହୁତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳବାଇର ଉପମୁଖ୍ୟ ଯନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ତରାଇ,ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ,ଦିବାକର ମିଶ୍ର,ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ନିହାର ରଞ୍ଜନ ମହାନ୍ତି,ଲଳିତା ପଣ୍ଡା,ମୋସଭର୍ୟା ଠିକାସଂସ୍ଥାର ଏଜିଏମ ଏସପି ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉପ ମୁଖ୍ୟଯନ୍ତ୍ରୀ ଶ୍ରୀ ତରାଇ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ଵତନ୍ତ୍ର ଦୃଷ୍ଟିରେ ଆଜି ପୂର୍ବତଟ ରେଳବାଇ ବାରୁଆଁ ଟନେଲ ଏକ ସଫଳତାର ମାଇଲ ଖୁଣ୍ଟ ଛୁଇଁଛି ଓ କୋଭିଡ ମହାମାରୀ ପାଇଁ ଅହେତୁକ ବିଳମ୍ବ ସତ୍ତ୍ୱେ ଆସନ୍ତା ୨୦୨୫ ମଧ୍ୟରେ ୧୫୦ କିମି ଦୈର୍ଘ୍ୟର ତାଳଚେର-ବିମତାଗଡ଼ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଦୃଢୋକ୍ତି କରିଥିଲେ। ୨୦୦୩-୦୪ରେ ୧୧୪୯.୭୮ କିମିର ପ୍ରକଳ୍ପ କାର୍ଯ୍ୟ ମଞ୍ଜୁରଉ ହେଇଥିଲା,ବାରୁଆଁ ପାହାଡ଼ର ୮୪୦ମିଟର ଟନେଲ କାର୍ଯ୍ୟ କଷ୍ଟସାଧ୍ୟ ହେଇଥିଲେ ବି ସୁରୁଖୁରୁରେ ସମ୍ପାଦନ ହେଇଛି।କେବଳ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ଥିବାରୁ କାର୍ଯ୍ୟ ମନ୍ଥର ହେଇଛି। ତାଳଚେର-ସୁନଖଣି(ଗୋଡିବନ୍ଧ) ୨୦କିମିର କାର୍ଯ୍ୟ ଶେଷ ହେଇଛି, କେବଳ ୭୯କିମି ବଳକା ମଧ୍ୟରୁ ଦେବଗଡ଼ରେ ୩୨କିମି ଓ ସୁନ୍ଦରଗଡ଼ରେ ୩୯କିମି କାର୍ଯ୍ୟ ହେଇ ପାରିନାହିଁ। ରାଜ୍ୟ ସରକାର ପରିବେଶ,ଜଙ୍ଗଲ ମଞ୍ଜୁରୀ ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେଲେ ରେଳ ଶୀଘ୍ର ଗଡ଼ିବାରେ ଆସିବିଧା ହେବନାହିଁ ବୋଲି ଶ୍ରୀ ତରାଇ କହିଥିଲେ। ଉପସ୍ଥିତ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରିଷ୍ଠଯନ୍ତ୍ରୀ ଶ୍ରୀ ମିଶ୍ର ଓ ଲୋକ ସମ୍ପର୍କ ସୂଚନାଧିକାରୀ ଶ୍ରୀ ମହାନ୍ତି ପାଲଲହଡାରୁ ଦେବଗଡ଼ ମଧ୍ୟରେ ଜମି ଅଧିଗ୍ରହଣ ସମସ୍ୟା ଅଛିସତ ରାଜ୍ୟସରକାର ଦ୍ରୁତକାର୍ଯ୍ୟ କରିବାରେ ସହଯୋଗ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ରୁତ ସହଯୋଗ ୨୦୨୫ ମସିହା ପୂର୍ବରୁ ରେଳ ଚଳାଚଳ ସମ୍ଭବ ହେଇପାରେ ବୋଲି କହିଥିଲେ। ତାଳଚେର ଓ ରାଉଲକେଲା ମଧ୍ୟରେ ୧୨୬କିମି ହ୍ରାସ ଜନସାଧାରଣ ପାଇବେ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଆଭ୍ୟନ୍ତରୀଣ ଜିଲ୍ଲାର ଦୈର୍ଘ୍ୟ କମିବା ସହ ବାଣିଜ୍ୟ କ୍ଷେତ୍ରେ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ହେବ ଏଥିରେ ସନ୍ଦେହ ନାହିଁ।