ଅନୁଗୋଳ : ଅନୁଗୋଳ ଜିଲ୍ଲା ଆଙ୍କୁଲା ଗ୍ରାମର ଗୋପବନ୍ଧୁ ସାହୁଙ୍କ ଦୃଢ଼ ଇଚ୍ଛାଶକତି ଆଗରେ ହାର ମାନିଛି ପରିଣତ ବୟସ । ପୁଅ ପାରିଗଲେ ମୁଁ ଅଚିନ୍ତା ଓ ମୋର ଆଉ କିଛି ଦରକାର ନାହିଁ କହୁଥିବା ବ୍ୟକ୍ତି ଓ ଆଳସ୍ୟ ଜୀବନ ବିତାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସାହ ସାଜିଛନ୍ତି।ଗୋପବନ୍ଧୁ ମଉସା । ନାଲକୋ ଅଞ୍ଚଳର ଆଙ୍କୁଲା ଗ୍ରାମର ବାସିନ୍ଦା ଗୋପବନ୍ଧୁ। ବୟସ୭୦ ଅଣ୍ଟା ନଇଁ ଗଲାଣି ହେଲେ ଦମ୍ଭିଲା । ଖଣ୍ଡିଏ ପୁରୁଣା ସାଇକଲ ଧରି ସକାଳୁ ବାହାରି ଯାଆନ୍ତି ନିଜର ବୃତ୍ତିରେ । ନାଲକୋ କଲୋନୀ ସାରା ବୁଲି ବୁଲି ଆରିଶା ପିଠା ବିକ୍ରି କରିବା ପାଇଁ ସହର ପରିକ୍ରମା କରନ୍ତି ଗ୍ରାମର ପ୍ରାୟ ୧୦ରୁ ୧୨ କିଲୋମିଟର ଦୂରତ୍ବରେ ଥିବା ନାଲକୋ କଲୋନୀ ପର୍ଯ୍ୟନ୍ତ ମାଡ଼ି ଆସନ୍ତି । ଖରା , ବର୍ଷା , ଶୀତ ତାଙ୍କୁ ଅଟକାଇ ପାରେ ନାହିଁ । ଘରେ ଆରିଶା ପିଠା ତିଆରି କରି ନିଜ ବୃତ୍ତିକୁ ଚାଲିଯାଆନ୍ତି। ଥକ୍କା ପଣ ତାଙ୍କଠାରେ ଦେଖାଯାଏ ନାହିଁ । ସଦାସର୍ବଦା ହସ ଉତ୍ସାହର ସହ କଥାବାର୍ତ୍ତା କରିଥାନ୍ତି। କରୋନା ସମୟରେ ବ୍ୟବସାୟ ଅପେକ୍ଷାକୃତ ମାନ୍ଦା ସତ୍ତ୍ବ ହଟି ଯାଇନାହାନ୍ତି ନିଜର ବୃତିରୁ । ମହାମାରୀ କରୋନା ନେଇ ସେ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ଗୋପବନ୍ଧୁ ମଉସା ନାଲକୋ କମ୍ପାନୀ ଆରମ୍ଭରୁ ସାଇକଲରେ ବୁଲି ବୁଲି ଆରିଶା ବିକ୍ରି କରନ୍ତି। ଯାହା ଲାଭ ହୁଏ ନିଜର ଖର୍ଚ୍ଚ ଓ ପରିବାର ପାଇଁ ଆବଶ୍ୟକ ମେଣ୍ଟାଇଥାନ୍ତି । ବଳ ବୟସ ଥିବା ଯାଏ ଓ ହାତଗୋଡ଼ ଚାଲୁଥିବା ଯାଏ ବୃତ୍ତିରୁ ହଟିବି ନାହିଁ ଓ ନିଜ ଖର୍ଚ୍ଚ ମେଣ୍ଟାଇବା ପାଇଁ କାହାର ଦୟାର ପାତ୍ର ହେବି ନାହିଁ ବୋଲି କୁହନ୍ତି ।