Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା ମୃଦୁ ପାନୀୟ । ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି ମୃଦୁପାନୀୟ। ଏଭଳି ଏକ ନକଲି ମୃଦୁ ପାନୀୟ ଠାବ ହୋଇଛି ଅନୁଗୋଳ ଜିଲା ତାଳଚେର ହାଟ ତୋଟା ଅଞ୍ଚଳରୁ । ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚଢ଼ାଉ ପରେ ଏହାର ପ୍ରଦାଫାସ ହୋଇଛି ।
ଜ୍ୟୋତିରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ଏହି ବେଆଇନ କାରବାର କରୁଥିଲେ ବୋଲି ଜଣା ପଡ଼ିଛି ।
ତଦନ୍ତରୁ ଜଣାପଡ଼ିଛି ଯେ ଏଭଳି କାରବସ୍ର ର ପ୍ରଦାଫାସ ପରେ ଜଣାପଡିଛି ଯେ କମ୍ପାନୀ ଚଳାଇବା ଲାଗି ଜ୍ୟୋତିରଞ୍ଜନଙ୍କ ନିକଟରେ କୌଣସି ଲାଇସେନ୍ସ ନଥିଲା । । ମୃଦୁ ପାନୀୟ ର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଘଟଣା ର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *