ଅନୁଗୋଳ(ସୁବ୍ରତ ପଟ୍ଟନାଯକ): ବିଚାର ବିଭାଗୀୟ ହାଜତ କୁ ଗଲେ ଅନୁଗୁଳ ଜିଲା ତାଳଚେର ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆଜି ଅନୁଗୁଳ ଭିଜିଲାନ୍ସ କୋର୍ଟ ରେ ଶ୍ରୀ ସାହୁ ଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର କୋର୍ଟ । ଫଳରେ ଶ୍ରୀ ସାହୁ ଙ୍କୁ ଆସାନ୍ତା ଆଠ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ରେ ରହିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟ କଟକ ଓ ଅନୁଗୁଳ ଡିଭିଜନ ପକ୍ଷରୁ ଶ୍ରୀ ସାହୁ ଙ୍କ ଅନୁଗୁଳ କୁମଣ୍ଡ ସ୍ଥିତ ବାସ ଭବନ , ତାଳଚେର ବ୍ଲକ କାର୍ଯ୍ୟଳୟ ତଥା ମେରାମଣ୍ଡଳୀ ସ୍ଥିତ ସମ୍ପର୍କୀୟ ଙ୍କ ଘରେ ଏକ କାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।ତେବେ ନନ ଇନକମ ସୋର୍ସ ମାମଲାରେ ତାଙ୍କ ନିକଟରୁ ପ୍ରାୟ 679 ପ୍ରତିଷଧ ଅର୍ଥ ଓ ସମ୍ପତି ମହଜୁଦ ଥିବା ଭିଜିଲାନ୍ସ ଅଧିକାରୀ ଚଢ଼ାଉ ପରେ ଜାଣି ବାକୁ ପାଇଥିଲେ । ଅଧିକ ତଦନ୍ତ ପାଇଁ ଶ୍ରୀ ସାହୁ ଙ୍କୁ କଟକ ସ୍ଥିତ ଭିଜିଲାନ୍ସ କାର୍ଯ୍ୟଳୟ କୁ ନିଆଯାଇଥିବା ବେଳେ ତାଙ୍କ ବିରୁଦ୍ଧରେ ପ୍ରିଭେନସେନ ଅଫ କରପସନ ଆକ୍ଟ ର ଧାରା 13 ରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।